କନକ ବ୍ୟୁରୋ: ଅଦା ଶର୍ମାଙ୍କ ଅଭିନୀତ ‘ଦି କେରଳ ଷ୍ଟୋରୀ’ ବକ୍ସ ଅଫିସରେ ଜମିଯାଇଛି । ମାତ୍ର ୯ ଦିନରେ ୧୦୦ କୋଟି ପାର କରିଛି ଏହାର ଆୟ । ପୁରା ସପ୍ତାହରେ ଜବରଦସ୍ତ ଆୟ କରିଥିବା ଏହି ମୁଭି ଶନିବାର ଚମକାଇଲା ଭଳି ଆୟ କରିଛି । ଏହା ସହ ‘କେରଳ ଷ୍ଟୋରୀ’ ବହୁତ ବଡ ରେକର୍ଡ ବି ସୃଷ୍ଟି କରିଛି ।

Advertisment

ଏହି ମୁଭି ଲଗାତାର ବିବାଦ ଓ ଚର୍ଚ୍ଚାକୁ ଆସିବା ପରେ ଏହା ଲୋକପ୍ରିୟତା ଦେଖିବାର କଥା । ବିବାଦ ଲାଗିଥିଲେ ବି ଫିଲ୍ମଟିକୁ ଦେଖିବାକୁ ହଲରେ ଦର୍ଶକଙ୍କ ନାହିଁନଥିବା ଭିଡ । ‘ଦି କେରଳ ଷ୍ଟୋରୀ’ ‘ଦି କାଶ୍ମୀର ଫାଇଲ୍ସ ରେକର୍ଡ କରିଛି । ଗତ ୩ ଦିନ ଭିତରେ ବ୍ଳକବଷ୍ଟର ଭାବେ ଘୋଷିତ ହୋଇସାିଛି ।

ଶୁକ୍ରବାର ଫିଲ୍ମ ୧୨,୨୩ କୋଟି ଆୟ କରିଥିବାବେଳେ ନବମ ଦିନରେ ୧୯.୫୦ କୋଟି ଆୟ କରିଛି । ଆସନ୍ତା ସପ୍ତାହରେ ମଧ୍ୟ ଫିଲ୍ମଟି ଜବରଦସ୍ତ ଆୟ କରିବ ବୋଲି ଆଶା କରାଯାଉଛି । ୯ ଦିନରେ ‘ଦି କେରଳ ଷ୍ଟୋରୀ’ ମୋଟ ୧୧୩ କୋଟି ଆୟ କରିଥିବା ଜଣାପଡିଛି । ଚଳିତ ବର୍ଷ ଫିଲ୍ମଟି ‘ ସଲମାନଙ୍କ ଅଭିନୀତି ଇଦ୍ ରିଲିଜକୁ ବି ପଛରେ ପକାଇଛି । ‘ପଠାନ୍’ ଓ ‘ ତୁ ଝୁଟି ମେ ମକାର’ ପରେ ଏହା ହେଉଛି ବର୍ଷର ତୃତୀୟ ଲୋକପ୍ରିୟ ବଲିଉଡ୍ ଫିଲ୍ମ ହୋଇପାରିଛି ।