କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଚଳିତ ଥର କାମ ଦେଇନଥିଲା କଟକଣା । ଦୀପାବଳିରେ ସୁପ୍ରିମକୋର୍ଟ ଓ ପ୍ରଶାସନର କଟକଣାକୁ ବେଖାତିର କଲେ ଦିଲ୍ଲୀ ବାସି । ଆଉ ଫୁଟାଇଲେ ଜବରଦସ୍ତ ବାଣ । ଆଉ ପରିଣାମ ଭୋଗୁଛନ୍ତି ପୁରା ଦିଲ୍ଲୀବାସୀ । ରାଜଧାନୀରେ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଛି । ବାୟୁର ମାନ ପରୀକ୍ଷଣ ବୋର୍ଡରେ ଅତି ନିମ୍ନ ମାନର ଥିବା ଦେଖିବାକୁ ମିଳିଛି । ତେବେ ଗତ ୫ ବର୍ଷର ରେକର୍ଡ କାଟିଦେଇଛି ଚଳିତ ବର୍ଷ ର ବାୟୁ ପ୍ରଦୁଷଣ ।
ସେପଟେ ବାୟୁ ପ୍ରଦୁଷଣକୁ କମାଇବା ପାଇଁ ଚଳଚଂଚଳ ହୋଇପଡିଛନ୍ତି ଦିଲ୍ଲୀ ସରକାର । ପାଖାପାଖୀ ୧୧୪ ଟି ପାଣି ଟ୍ୟାଙ୍କରକୁ ପ୍ରଦୁଷଣକୁ ରୋକିବା ପାଇଁ ନିୟୋଜିିତ କରାଯାଇଛି । ପରିବେଶ ମନ୍ତ୍ରୀ ଗୋପାଳ ରାଏ ପତାକା ଦେଖାଇ ଏଗୁଡିକୁ ଉଦଘାଟନ କରିଛନ୍ତି । ତେବେ ଘନ କୁହୁଡ଼ି ଯୋଗୁଁ ଆଖିରୁ ପାଣି ବାହାରିବା ସହ କାଶ ହେଉଥିବାର ଅନେକ ଲୋକମାନେ ଅଭିଯୋଗ କରିଛନ୍ତି । ନୋଏଡା, ଗାଜିୟାଦବାଦରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/30-7.jpg)