କନକ ବ୍ୟୁରୋ : ଦ କାଶ୍ମୀର ଫାଇଲ୍ସକୁ ନେଇ ଆସିଲା ବଡ ଖବର । ୨୦୨୨ର ସବୁଠୁ ଚର୍ଚ୍ଚିତ ବଲିଉଡ ଫିଲ୍ମ ସାଜିଥିବା ଦ କାଶ୍ମୀର ଫାଇଲ୍ସ ଓସ୍କାର ଦୌଡରେ ସାମିଲ ହୋଇଛି । ଫିଲ୍ମର ନିର୍ଦ୍ଦେଶକ ବିବେଗ ଅଗ୍ନିହୋତ୍ରୀ ଏନେଇ ସୂଚନା ଦେଇଛନ୍ତି । ଦ କାଶ୍ମୀର ଫାଇଲ୍ସ ଫିଲ୍ମ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ ହୋଇଛି । ଭାରତରୁ ସର୍ଟଲିଷ୍ଟ ହୋଇଥିବା ୫ ଫିଲ୍ମ ମଧ୍ୟରେ ଦ କାଶ୍ମୀର ଫାଇଲ୍ସ ରହିଛି ।

Advertisment

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଦ କାଶ୍ମୀର ଫାଇଲ୍ସ ସହ ଜଡିତ ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେବଳ ଏତିକି ନୁହେଁ ଦ କାଶ୍ମୀର ଫାଇଲ୍ସରେ ଅଭିନୟ କରିଥିବା ପଲ୍ଲବୀ ଯୋଶୀ, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଓ ଅନୁପମ ଖେରଙ୍କୁ ଶ୍ରେଷ୍ଠ ଅଭିନେତା ବର୍ଗରେ ସର୍ଟଲିଷ୍ଟ କରାଯାଇଛି । ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଏହା ତ ଆରମ୍ଭ ମାତ୍ର । ଏବେ ତ ଆହୁରି ଆଗକୁ ଯିବାର ଅଛି ।

ଦ କାଶ୍ମୀର ଫାଇଲ୍ସ ୧୧ ମାର୍ଚ୍ଚ ୨୦୨୨ରେ ରିଲିଜ ହୋଇଥିଲା । କାଶ୍ମୀରର କାହାଣୀକୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଥିଲା । ଯେଉଁଥିରେ ମିଥୁନ୍ ଚକ୍ରବର୍ତ୍ତୀ, ଅନୁପମ ଖେର, ଦର୍ଶନ କୁମାର, ପଲ୍ଲବୀ ଯୋଶୀଙ୍କ ଭଳି ବଡ କଳାକାର ଅଭିନୟ କରିଥିଲେ । ସେତେବେଳେ ଏହି ଫିଲ୍ମକୁ ନେଇ ଜୋରଦାର ବିବାଦ ଦେଖିବାକୁ ମିଳିଥିଲା । ତେବେ ବିବାଦ ଭିତରେ ବି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା ।