କନକ ବ୍ୟୁରୋ: ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ । ଏହାସହ ଏହାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଉପରେ ବଢିଛି ବିପଦ । ଏଥିପାଇଁ ତାଙ୍କୁ ଦିଆଯାଇଛି ୱାଇ କାଟାଗରୀ ସୁରକ୍ଷା । ତାଙ୍କର ସୁରକ୍ଷା ପାଇଁ ୫ଜଣ ସଶସ୍ତ୍ର କମାଣ୍ଡୋଙ୍କୁ ମୁତୟନ କରାଯାଇଛି । ଦେଶ ଓ ଦେଶ ବାହାରେ ଭ୍ରମଣ ସମୟରେ ତାଙ୍କୁ ସୁରକ୍ଷା ଦେବା ପାଇଁ ଖୋଦ୍ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି ।

Advertisment

ଭାରତରେ ବିଶେଷ ବ୍ୟକ୍ତିତ୍ୱଙ୍କ ସୁରକ୍ଷା ପାଇଁ ବିଭିନ୍ନ କାଟାଗରୀ ସୁରକ୍ଷା ବ୍ୟବସ୍ଥା ରହିଛି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଇଣ୍ଟେଲିଜେନ୍ସ ବ୍ୟୁରୋ ସୁପାରିଶ କରିଥାନ୍ତି । ବିପଦର ସ୍ତରକୁ ଦେଖି ବିଶିଷ୍ଟ ଓ ଅତି ବିଶିଷ୍ଟ ବ୍ୟକ୍ତିଙ୍କୁ ବିଭିନ୍ନ ସ୍ତରର ସୁରକ୍ଷା ଦିଆଯାଏ । ଦେଶରେ ଭିଆପିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଶ୍ରେଣୀର ସୁରକ୍ଷା ଦିଆଯାଏ । ଏଭଳି ସୁରକ୍ଷା ବ୍ୟବସ୍ଥା ମୁତୟନ କରିବାରେ ସରକାରଙ୍କର ନିଜସ୍ୱ ଅଧିକାର ରହିଛି, ଫଳରେ ସେ ନେତା ତଥା ଅଧିକାରୀଙ୍କୁ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦେଇପାରିବେ ।