‘ଦି କାଶ୍ମୀର ଫାଇଲ୍ସ’କୁ ଅଶ୍ଳିଳ ପ୍ରଚାର ବୋଲି କହିଲେ IFFI ବିଚାରକ । ପାଲଟା ଜବାବ ଦେଲେ ଅନୁପମ୍ ଖେର୍ ।

533

କନକ ବ୍ୟୁରୋ: ଫିଲ୍ମ ‘ କାଶ୍ମୀର ଫାଇଲ୍ସ’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ (ଆଇଏଫଏଫଆଇ)ର ଜୁରି ମୁଖ୍ୟ । ଏହି ଫିଲ୍ମକୁ ଅଶ୍ଳିଳ ପ୍ରଚାର କହିବା ସହ ଏହା ମନକୁ ବିଚଳିତ କରୁଛି ବୋଲି କହିଛନ୍ତି । ଏପରି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ଅଭିନେତା ଅନୁପମ୍ ଖେର ।

IFFI ଜୁରି ହେଡ୍ ନଦବ ଲୈପିଡଙ୍କ ଏଭଳି ବୟାନବାଜିକୁ ନେଇ ଶକ୍ତ ପ୍ରତିକ୍ରିୟା ଦେଇଛନ୍ତି । ଫିଲ୍ମ ମେକର ଅଶୋକ ପଣ୍ଡିତ୍ ମଧ୍ୟ ଏପରି ବୟାନକୁ ସାରା କାଶ୍ମୀରବାସୀଙ୍କ ଅପମାନ ବୋଲି କହିଛନ୍ତି । ଗୋଆରେ ଆୟୋଜିତ ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲକୁ ଏହି ଫିଲ୍ମ ଯାଇଥିବା ବେଳେ ଏହା ଏହି ସମ୍ମାନ ପାଇବାକୁ ଯୋଗ୍ୟ ନୁହେଁ ବରଂ ଭଲଗାର ପ୍ରପାଗଣ୍ଡା ବୋଲି କହଇଥିଲେ ନଦବ ଲୈପିଡ ।