କନକ ବ୍ୟୁରୋ: ବିକାଶ ଏମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ପ୍ରତିଥର ଗରିବ ଆଦିବାସୀ ମାନଙ୍କୁ ମିଳିଚାଲିଛି ପ୍ରତିଶ୍ରୁତି । ହେଲେ ଏବେ ବି ସେମାନେ ଅବହେଳିତ । ଯେମିତି କପ୍ତିପଦା ଜାମୁଡିହା ହିଲ ବ୍ଲକରେ ମାଙ୍କଡିଆ ପରିବାର । ଗାଁର ପରିବାରକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ ସେମାନଙ୍କ ଜୀବନ ଶୈଳୀ । ଦୀର୍ଘ ୨୦ ବର୍ଷ ତଳେ ପ୍ରାୟ ୨୫ରୁ ଅଧିକ ପରିବାରକୁ ଶିମିଳିପାଳ ଆଭ୍ୟନ୍ତରୀଣ ଅଂଚଳରୁ ବିସ୍ଥାପିତ କରାଯାଇଥିଲା । ବିସ୍ଥାପନ ସମୟରେ ମିଳିଥିଲା ଅନେକ ପ୍ରତିଶ୍ରୁତି । ହେଲେ ଏବେ ବି ଦୁର୍ବିସହ ଜୀବନ ଜୀଉଁଛନ୍ତି ଏହି ମାଙ୍କଡ଼ିଆ ଜନଜାତି । ଭଙ୍ଗା ଦଦରା ଘରେ ଜୀବନ ବିତୁଥିବା ବେଳେ ସରକାରଙ୍କ ସମସ୍ତ ଯୋଜନା ଏଠି ଅପହଂଚ ପାଲଟିଛି । ରୋଜଗାର ପଂଥା କିଛି ନଥିବା ବେଳେ ପରିବାର ଚଳାଇବାକୁ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ସେତିକି ବି ନମିଳିଲେ ପରିବାର ଦୁଇ ଓଳି ଉପାସ ରହୁଛି । ଜନଜାତିର ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ସମସ୍ୟାର ଏଯାଏଁ କୌଣସି ସମାଧାନ ହୋଇପାରିନି । ଯାହାକୁ ନେଇ ଅସନ୍ତାଷ ଦେଖିବାକୁ ମିଳିଛି ।
ସ୍ୱପ୍ନ ପାଲଟିଛି ସରକାରୀ ଯୋଜନା: ଅବହେଳିତ ହୋଇରହିଛନ୍ତି କପ୍ତିପଦାର ମାଙ୍କଡ଼ିଆ ଜନଜାତି
/kanak/media/post_attachments/wp-content/uploads/2022/10/Collage-Maker-10-Oct-2022-06.15-PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)