ଦି କପିଲ ଶର୍ମା ଶୋ’ର ପ୍ରଶଂସକଙ୍କ ପାଇଁ ଏକ ବଡ଼ଖବର ।  ବର୍ତ୍ତମାନ ଶୋ ଆଉ  ଟିଭିରେ ଆସିବ ନାହିଁ

123

ଦି କପିଲ ଶର୍ମା ସୋ ବିଷୟରେ ଏକ ବଡ଼ ଖବର ।  ଏହି ଶୋ ଦୀର୍ଘ ସମୟ ଧରି ପରଦାରେ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ଏହି ସୋ ଖୁବଶୀଘ୍ର ପ୍ରସାରିତ ହେବାକୁ ଯାଉଛି । ବିଶେଷ କଥା ହେଉଛି ଏହି ସୋ ବର୍ତ୍ତମାନ ଟିଭିରେ ନୁହେଁ ବରଂ OTT ପ୍ଲାଟଫର୍ମରେ ଟେଲିକାଷ୍ଟ ହେବ ।

‘କପିଲ ଶର୍ମା ଶୋ’ ଦୀର୍ଘ ଦିନ ଧରି ପରଦାରେ ଆସୁନହିଁ । ଯେଉଁଥିପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଏହାକୁ ଅପେକ୍ଷା କରିଛନ୍ତି ।  ଏବେ କପିଲ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସିଛି ।  ଏହି ସୋ ଖୁବଶୀଘ୍ର ଆସିବାକୁ ଯାଉଛି । କିନ୍ତୁ ଏହି ସୋ ବର୍ତ୍ତମାନ ଟିଭିରେ ନୁହେଁ ବରଂ OTT ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । କପିଲ ଶର୍ମା ତାଙ୍କ ଅଫିସିଆଲ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି ।

କଣ ରହିଛି ପ୍ରୋମୋରେ ?

ଏହି ପ୍ରୋମୋରେ ଦର୍ଶାଯାଇଛି ଯେ କପିଲ ଶର୍ମା ତାଙ୍କ ନୂଆ ଘର ଭିତରକୁ ଯାଇ ଫ୍ରିଜ ଖୋଲୁଛନ୍ତି ।  ଫ୍ରିଜ୍ ଖୋଲି କପିଲ କହୁଛନ୍ତି – ‘ମୁଁ ଆପଣଙ୍କୁ କହିଥିଲି ନା ନୂଆ ଘରେ ପୁରୁଣା ଜିନିଷ ରହିବା ଉଚିତ୍ ନୁହେଁ ବୋଲି । ଏହା ପରେ ସେ ଫ୍ରିଜ୍ ଖୋଲିବା ମାତ୍ରେ ଅର୍ଚ୍ଚନା ପୁରନ ସିଂ ତା ଭିତରେ ବସିଥିବାର ନଜରକୁ ଆସୁଛି । କପିଲ ଶର୍ମା ଚାକରକୁ ଗାଳି ଦେବା ମାତ୍ରେ ସେ ରାଜୀବ ଠାକୁର ବୋଲି ଜଣାପଡିଛି । ଏହା ପରେ କିକୁ ଶାରଦା, କୃଷ୍ଣ ଅଭିଷେକ ମଧ୍ୟ ଭିଡିଓରେ ନଜର ଆସିଛନ୍ତି । ତା’ପରେ କପିଲଙ୍କ ମ୍ୟାନେଜର ସେମାନଙ୍କୁ ହଟାଇବାକୁ କୁହନ୍ତି । ତା’ପରେ କପିଲ କୁହନ୍ତି – କିଛି ଅସୁବିଧା ନାହିଁ, ଘର ନୂଆ ପରିବାର ତ  ପୁରୁଣା ।

ମିଳିତ ପ୍ରତିକ୍ରିୟା ମିଳୁଛି ପ୍ରୋମୋକୁ

ଏହି ପ୍ରୋମୋ ରିଲିଜ୍ ହେବା ପରେ ସୋସିଆଲ୍ ମିଡିଆରେ ଖୁବ ଲୋକପ୍ରିୟ ହେବାକୁ ଲାଗିଛି ।  ଏହି ପ୍ରୋମୋ ସହିତ କପିଲ କ୍ୟାପସନରେ ଲେଖିଛନ୍ତି – ‘କେବଳ ଘର ବଦଳିଛି, ପରିବାର ସେହି ପୁରୁଣା ଅଛି । ଆପଣ ନେଟଫ୍ଲିକ୍ସରେ ଏହି ସୋ ଦେଖିପାରିବେ । ଉପଭୋକ୍ତାମାନେ ଏହି ଭିଡିଓ ଉପରେ କ୍ରମାଗତ ଭାବରେ ମନ୍ତବ୍ୟ ଦେଉଛନ୍ତି । କେହି କେହି କହୁଛନ୍ତି ଯେ ଆମର ନେଟଫ୍ଲିକ୍ସ ସବସ୍କ୍ରିପସନ୍ ନାହିଁ, ଆଉ କେତେକ କହୁଛନ୍ତି ଯେ ଆମେ ଆପଣଙ୍କୁ ଟିଭିରେ ମିସ୍ କରିବୁ । ତେବେ ଏହି ଭିଡିଓରେ ସୁମୋନା କିମ୍ବା ଚାନ୍ଦୁଙ୍କୁ ଦେଖିବାକୁ ମିଳି ନଥିଲା। ଏଭଳି ପରିସ୍ଥିତିରେ ଅନୁମାନ କରାଯାଉଛି ଯେ ଏଥର ଏହା ସମ୍ଭବ ଯେ ଉଭୟଙ୍କୁ ସୋ’ରେ ଦେଖିବାକୁ ମିଳିବ ନାହିଁ । ଏହି ଭିଡିଓରେ ଦୁହିଁଙ୍କୁ ନ ପାଇ ପ୍ରଶଂସକମାନେ ମନ୍ତବ୍ୟରେ ସେମାନଙ୍କୁ ମିସ କରୁଥିବାର ବାର୍ତ୍ତା ମଧ୍ୟ ଲେଖୁଛନ୍ତି ।