କନକ ବ୍ୟୁରୋ: ଦାବି ଶୁଣିଲେନି ସରକାର, ଜୋରଦାର ହେବ ଆନ୍ଦୋଳନ । ବୁର୍ଲା ଭୀମସାରରେ ତମାମ ପ୍ରସଙ୍ଗକୁ ନେଇ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ ଜୁନିଅର ଡାକ୍ତର ଆସୋସିଏସନ । ଜରୁରୀ ସେବାକୁ ଛାଡିଦେଲେ ଓପିଡି ଓ ଇନଡୋର ଡ୍ୟୁଟିରୁ ନିଜକୁ ନିବୃତ୍ତ ରଖିବେ ଡାକ୍ତରୀ ଛାତ୍ରଛାତ୍ରୀ । ରୋଗୀ ସେବା ଉପରେ ଏହି ଆନ୍ଦୋଳନର ପ୍ରଭାବ ପଡିବାର ଆଶଙ୍କା ରହିଛି । ବୁର୍ଲା ଭୀମସାର ଅଧ୍ୟକ୍ଷାଙ୍କ ବଦଳି ସମେତ ବୁର୍ଲାକୁ ସୁପରସ୍ପେଶିଆଲିଷ୍ଟ ହସ୍ପିଟାଲ, ସେଂଟ୍ରାଲ ଲାଇବ୍ରେରୀ ନିର୍ମାଣ, ସିସିଟିଭି ଲଗାଇବା ଭଳି ବିଭିନ୍ନ ଦାବି ନେଇ ଡାକ୍ତରୀ ଛାତ୍ରଛାତ୍ରୀ ସରକାରଙ୍କୁ ୭ଦିନର ମହଲତ ଦେଇଥିଲେ । ଏହି ମହଲତ ଶେଷ ହୋଇଥିବା ବେଳେ ଆଜିଠୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବୁର୍ଲା ଜୁନିଅର ଡାକ୍ତର ଆସୋସିଏସନ ପକ୍ଷରୁ କୁହାଯାଇଛି ।