ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା! ବାପୁଜୀନଗର ରେଳ ଧାରଣାରୁ ମିଳିଲା ମୃତଦେହ

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା! ବାପୁଜୀନଗର ରେଳ ଧାରଣାରୁ ମିଳିଲା ମୃତଦେହ

କନକ ବ୍ୟୁରୋ: ଟ୍ରେନ ଆଗକୁ ଡେଇଁଲେ ସାମ୍ବାଦିକା । ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା । ବାପୁଜୀନଗର ରେଳ ଧାରଣାରୁ ମିଳିଲା ମୃତଦେହ । ସାମ୍ବାଦିକାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସର ତଦନ୍ତ । ସାମ୍ବାଦିକା ଜଣକ ନିକଟରେ ବିବାହ କରିଥିଲେ ।

ମୃତ୍ୟୁ ପୂର୍ବରୁ ଭାଇରାଲ ହୋଇଛି ସାମ୍ବାଦିକାଙ୍କ ଭିଡିଓ । ଆତ୍ମହତ୍ୟା ପୂର୍ବରୁ ଭିଡିଓ କରିଥିଲେ ସାମ୍ବାଦିକା । ଭିଡିଓରେ ସ୍ୱାମୀ ଧୋକା ଦେଉଥିବା କହୁଛନ୍ତି ସାମ୍ବାଦିକା । ସ୍ୱାମୀ ଆଉ ଜଣକ ସହ ସମ୍ପର୍କରେ ଅଛନ୍ତି । ମୋ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ବୋଲି ଭିଡିଓରେ ସାମ୍ବାଦିକା ଜଣକ କାନ୍ଦି କାନ୍ଦି କହୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe