ନୂତନ ଜାତୀୟ ଶିକ୍ଷାନୀତି ଢାଞ୍ଚାରେ ହେବ ଜେଇଇ ମେନ୍ ପରୀକ୍ଷା । ଆଞ୍ଚଳିକ ଭାଷାକୁ ଗୁରୁତ୍ୱ

135

କନକ ବ୍ୟୁରୋ : ଇଂଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ଜେଇଇ ମେନ ପରୀକ୍ଷାରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବ । ଏହାର ଅର୍ଥ ଅଧିକ ଭାରତୀୟ ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ କରାଯିବ । ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୱାଲ । ବିଦେଶରେ ‘ପିସା’ ପରୀକ୍ଷା ଏକାଧିକ ମାତୃଭାଷାରେ ଆୟୋଜନ କରାଯାଉଥିବା ବେଳେ ଏଥିରେ ସଫଳତା ହାର ଅଧିକ ରହୁଛି । ଏହାକୁ ନଜରରେ ରଖି ସେହି ଶୈଳୀରେ ଜେଇଇ ମ୍ୟାନ ପରୀକ୍ଷା ଏକାଧିକ ମାତୃଭାଷାରେ ଅନୁଷ୍ଠିତ କରାଯିବ ବୋଲି ପୋଖରୀୱାଲ କହିଛନ୍ତି । ଏହି ପ୍ରବେଶିକା ପରୀକ୍ଷା ତଦାରଖ କରୁଥିବା ‘ଜେଇଇ’ ଅଧିନ ଯୁଗ୍ମ ନାମଲେଖା ବୋର୍ଡ ବା ଜେଏବି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଶେଷ କରି ନୂତନ ଜାତୀୟ ଶିକ୍ଷାନୀତି (ଏନଇପି) ଢାଞ୍ଚାରେ ଜେଇଇର ମେନ ପରୀକ୍ଷା ପରିଚାଳନା କରାଯିବ । ଏହା ଦ୍ୱାରା ପରୀକ୍ଷାର୍ଥୀ ମାନେ ଉତ୍ତମ ପ୍ରଦର୍ଶନ କରିପାରିବା ସହ ସଫଳତାହାର ଅଧିକ ରହିବ ବୋଲି ଆଶା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସରକାର ୨୨ ଟି ଭାରତୀୟ ଭାଷାକୁ ବଳିଷ୍ଠ କରିବା ଓ ଛାତ୍ର ଛାତ୍ରୀ ମାନେ ଯେମିତି ଅଧିକ ସଫଳତା ପାଇବେ ସେ ଉର୍ଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କହିଛନ୍ତି ପୋଖରୀୱାଲ ।