ଜୁଲାଇ ୩ ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା । ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶି ।

70

କନକ ବ୍ୟୁରୋ: ଜୁଲାଇ ୩ ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା । ଜେଇଇ ଆଡଭାନ୍ସ ପରୀକ୍ଷା ପରିଚାଳନା କରିବ ଆଇଆଇଟି ଖଡଗପୁର । ଏନେଇ ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶି । ଆଇଆଇଟିରେ ପ୍ରବେଶ କରିବା ପାଇଁ ନିୟମ ଓ ଯୋଗ୍ୟତା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ।

କରୋନା ମହାମାରୀ ଯୋଗୁଁ ପରୀକ୍ଷା ସମୟରେ କୋଭିଡ ନିୟମ ପାଳନ କରାଯିବ । ଏହାସହ କରୋନା ପାଇଁ ପରୀକ୍ଷା ହୋଇପାରିନଥିଲା । ହେଲେ ଏବେ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।