ରାଜଧାନୀରେ ମାତିଛନ୍ତି ଜମତରା ଗ୍ୟାଙ୍ଗ । ଟୁଇନ ସିଟିରେ ୧୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ଇଂଟରନେଟ ବ୍ୟାକିଂରେ ଅଧିକ ଅପରାଧ ଘଟୁଥିବା କହିଲେ ସିପି । ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଝାଡ଼ଖଣ୍ଡର ଏହି ଜମତାର ଗ୍ୟାଙ୍ଗ ।

644

କନକ ବ୍ୟୁରୋ : ଭୁବନେଶ୍ୱରରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ । ଭିଡ଼ିଓ ଜାରି କରି ସତର୍କ କରାଇଲା ପୁଲିସ । ଓଡ଼ିଶା ସାଇବର ଠକଙ୍କ ଟାର୍ଗେଟରେ ରହି ଆସୁଥିବା ବେଳେ ସାଇବର ଅପରାଧ ପାଠଶାଳା ପାଲଟିଥିବା ଝାଡ଼ଖଣ୍ଡର ଜମ୍ତାର ଶାଖା ରାଜଧାନୀରେ କାର୍ଯ୍ୟ କରୁଛି । ବେକାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଜମତରା ପକ୍ଷରୁ ନିଯୁକ୍ତି ମିଳୁଛି ଓ ଆଗକୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଜାଲ ବିଛାଇ ଠକ ଲୁଟିବା ଯୋଜନା ରହିଥିବା ଜଣାପଡ଼ିଥିଲା । ଠକଙ୍କ ଅପରେସନ ଏକ ଭିଡ଼ିଓ ଜାରି କରିଛି ପୁଲିସ ।

ଏଭଳି ଢ଼ଙ୍ଗରେ ଆସୁଥିବା ଫୋନ କଲ ଠାରୁ ଦ୍ୱରରେ ରହିବା ଉଦ୍ଦ୍ୟେଶରେ ଏହି ଭିଡ଼ିଓ ଜାରି କରାଯାଇଛି । ଭିଡ଼ିଓ ଦେଖିବାକୁ ମିଳିଛି ଜଣେ ଠକ ନିଜକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀ ବୋଲି ପରିଚୟ ଦେଇ ଫୋନରେ ଜଣେ ଗ୍ରାହକଙ୍କ ନିକଟକୁ କଲ୍ କରି ଏଟିଏମ୍ କାର୍ଡରେ ଥିବା ୧୬ ଟିକିଆ ନମ୍ବର ମାଗୁଛନ୍ତି । ସମ୍ପୃକ୍ତ ଗ୍ରାହକଙ୍କ ବ୍ୟାଙ୍କ ଆକରଉଂଟ ଖୋଲାଯାଇଥିବା ବେଳେ ଦିଆଯାଇଥିବା ଜନ୍ମ ତାରିଖ ଓ ମାସ ଏବଂ ଏଠିଏମ୍ କାର୍ହରେ ଥିବା ତଥ୍ୟ ସହ ମେଳ ଖାଉ ନଥିବା କହୁଛି ଠକ । ଏଟିଏମ୍ କାର୍ଡରେ ଲେଖାଥିବା ନମ୍ବର ନଦେଲେ ଉଭୟ କାର୍ଡ ଓ ଆକାଉଂଟକୁ ବନ୍ଦ କରି ଦିଆଯିବାର ଧମ ଦେଉଛି ।

ଗ୍ରାହକ ଠକ କଥାରେ ସନ୍ଦେହ ପ୍ରକାଶ କରି ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି । କିନ୍ତୁ ଠକ ବିଶ୍ୱାସ ଜନ୍ମାଇବା ପାଇଁ ନିଜର କର୍ମଚାରୀ ଆଇଡ଼ି ନମ୍ବର ମଧ୍ୟ ଦେଉଛି । ତଥାପି ସମ୍ପୃଖ୍ତ ବ୍ୟକ୍ତି ବିଭିନ୍ନ ପ୍ରଶ୍ନ ପଚାରୁ ଥିବାରୁ ଠକ ସ୍ୱର ବଦଳାଇ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ କଥା ହେଉଛି ଏବଂ ଆକାଉଂଟ ବନ୍ଦ ହୋଇଯିବ ବୋଲି ଭୟଭୀତ କରାଉଛି । କିନ୍ତୁ ବ୍ୟକ୍ତି କୌଣସି ପ୍ରକାର ନମ୍ବର ନଦେବାରୁ ଠକ ଫୋନ କାଟିଦେଉଛି ।