କନକ ବ୍ୟୁରୋ: ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ। ବାଲେଶ୍ବର ଜିଲ୍ଲା ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ବଢ଼ି ୬.୨୬ ମିଟରକୁ ଛୁଇଁଛି। ଲଘୁଚାପ ଜନିତ କାରଣରୁ ଗତ ୩ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି।

Advertisment

ଜଳକା ନଦୀର ଉପରମୁଣ୍ଡ ରାସଗୋବିନ୍ଦପୁର, ଶୁଳିଆପଦା, ମୋରଡା, ଚିତ୍ରଡ଼ା ଅଂଚଳରେ ପ୍ରବଳ ବର୍ଷା ହୋଇଛି। ଫଳରେ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଂଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି । ନଦୀ ଉପକୂଳର ଲୋକେ ବନ୍ୟା ଭୟରେ ଆତଙ୍କିତ ହୋଇପଡିଛନ୍ତି । ଏବେ ଚାଷ କାର୍ୟ୍ୟ ଚାଲିଥିବାରୁ ବନ୍ୟା ହେଲେ ଚାଷ କାମ ପ୍ରବାହିତ ହେବା ଆଶଙ୍କା ରହିଛି ।