କନକ ବ୍ୟୁରୋ: ପୁଣି ବଢିଲା ଶ୍ରୀମନ୍ଦିରରେ କଟକଣା । ମନ୍ଦିର ଖୋଲିବା ନେଇ ପୁଣି କଟକଣା ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ଜୁଲାଇ ୨୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ମନ୍ଦିର ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ରଥ ଯାତ୍ରା ପରେ ମନ୍ଦିର ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ସେହିପରି ଚଳିତ ବର୍ଷ ସ୍ନାନ ଯାତ୍ରା ଓ ରଥ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଗତ ବର୍ଷ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ବିନାଭକ୍ତରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିଲା ।
କରୋନା ସଂକ୍ରମଣ ଯୋଗୁଁ ୨ ମାସ ହେବ ବନ୍ଦ ରହିଛି ଶ୍ରୀମନ୍ଦିର । ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ କମ ଥିଲେ ମଧ୍ୟ କଟକଣା ପୂରାପୂରି ଉଠି ନାହିଁ । ତେଣୁ ଆଗାମୀ ଦିନକୁ ଲକ୍ଷ୍ୟ ରଖି ପୁଣି ଶ୍ରୀମନ୍ଦିର ଖୋଲିବା ନେଇ କଟକଣା ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/50aa69d5-77c0-4e50-a725-7698846b11be.jpg)