କନକ ବ୍ୟୁରୋ: ଜବତ ହେଲା ବହୁ ପରିମାଣର ହାତୀଦାନ୍ତ । କାର୍ ଭିତରୁ ଜବତ ହେଲା ୧୯ କେଜି ୬ ଶହ ଗ୍ରାମର ହାତୀଦାନ୍ତ । ଏହି ହାତୀଦାନ୍ତକୁ ଗୋଟିଏ କାରରୁ ଜବତ କରିଛି ଆନନ୍ଦପୁର ବନ ବିଭାଗ । ହରିଚନ୍ଦନପୁର ପିଟାପିଟି ଅଂଚଳରୁ କାର ଭିତରେ ଯାଂଚ ବେଳେ ଏହି ହାତୀ ଦାନ୍ତ ଜବତ ହୋଇଥିଲା । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ହାତୀଦାନ୍ତ କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲା, ଏନେଇ ଯାଂଚ କରୁଛି ବନବିଭାଗ ।
କାର ଭିତରୁ ଜବତ ହେଲା ହାତୀଦାନ୍ତ : ଆନନ୍ଦପୁର ବନବିଭାଗ ଦ୍ୱାରା ୧୯ କେଜି ୬ ଶହ ଗ୍ରାମର ହାତୀଦାନ୍ତ ଜବତ; ଘଟଣାରେ ୩ ଜଣ ଗିରଫ, ଅଧିକ ତଦନ୍ତ ଜାରି
/kanak/media/post_attachments/wp-content/uploads/2020/09/6.jpg)