ପରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା : ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି

ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୩ଟା ଯାଏଁ ମୁଲତବୀ

44

କନକ ବ୍ୟୁରୋ : ନୟାଗଡ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ । ଗତକାଲି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିଥିଲେ । ମାମଲାର କ୍ରାଇମବ୍ରାଚ ହେବ ବୋଲି କହିଥଇଲେ ସୁଦ୍ଧା ଏଡା ବିରୋଧୀଙ୍କ ସନ୍ତୁଷ୍ଟ କରିପାରିନାହିଁ । ପରୀର ବାପା, ମା ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କଲା ବେଳେ କୃଷୀ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇଥିଲେ ।

ଅଭିଯୁକ୍ତଙ୍କ ମନ୍ତ୍ରୀ ସୁରକ୍ଷା ଦେଉଥିବା ସାଂଘାତିକ ଅଭିଯୋଗ ଆଣିବା ପରେ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ନାରାବାଜି କରିଛନ୍ତି । ପୋଡିୟମ ନିକଟକୁ ଆସି ବ୍ୟାନର ପ୍ରଦର୍ଶନ କରିବା ସହ ବିଜେପି ସଦସ୍ୟ ମାନେ ହୋହାଲ୍ଲା କରିବାକୁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବି କରାଯାଇଛି ।