ସୁନାବେଡାରେ ଓଡିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗ : ଦୀର୍ଘ ୧୦ଦିନ ପରେ ରାସ୍ତାରୁ ହଟିଲା ଅବରୋଧ

83

କନକ ବ୍ୟୁରୋ : ଦୀର୍ଘ ୧୦ ଦିନ ପରେ ଶେଷରେ ଓଡିଶା ସୀମାନ୍ତ ସମ୍ବାଇର ସୁନାବେଡା ରାସ୍ତାରୁ ହଟିଲା ରାସ୍ତା ଅବରୋଧ । ଉଭୟ ରାଜ୍ୟର ଅଧିକାରୀ ଘଟଣାସ୍ଥଳରେ ପଂହଚି ଲୋକଙ୍କ ସହ ଆଲୋଚନା କରିଥିଲେ । ସୀମା ନିର୍ଦ୍ଧାରଣ ନେଇ ଆନ୍ଧ୍ର ଅଧିକାରୀ ଓଡିଶା ଅଧିକାରୀଙ୍କଠାରୁ ସୀମା ନେଇ ପ୍ରମାଣ ମାଗିବା ସହ ଗୁଗୁଲ ମ୍ୟାପକୁ ପ୍ରମାଣ ବୋଲି କହିଥିଲେ । ଓଡିଶା ଅଧିକାରୀ ଏ ନେଇ ୧୯୬୫ ମସିହାର ରାଜସ୍ୱ ମ୍ୟାପ ଦେଖାଇଥିଲେ । କିନ୍ତୁ ଏହାକୁ ଆନ୍ଧ୍ର ଅଧିକାରୀ ମାନିନଥିଲେ ।

ସେପଟେ ମିଳିତ ସର୍ଭେ ପାଇଁ କୋରାପୁଟ ଜିଲ୍ଲାପାଳ ବିଶାଖାପାଟଣା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା କହିବା ପରେ ପରବର୍ତୀ ନିଷ୍ପତ୍ତି ଯାଏଁ ରାସ୍ତା ହଟାଇବାକୁ ରାଜି ହୋଇଥିଲେ ଆନ୍ଧ୍ର ସୀମାର ଅଧିକାରୀ । ରାସ୍ତା ଅବରୋଧ ହଟିଥିଲେ ବି ସୀମା ବିବାଦର ସାମାଧାନ ହୋଇନାହିଁ । ସୀମା ବିବାଦକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୦ ଦିନ ହେଲା ପଟାଙ୍ଗିର ସୁନାବେଢା ଗାଁକୁ ଆନ୍ଧ୍ରରେ ପଶିବାକୁ ମନାକରୁଥିଲେ ଆନ୍ଧ୍ର୍ର ଲୋକେ । ଏହାକୁ ନେଇ ଆନ୍ଧ୍ର ସୀମାର ଲୋକେ ରାସ୍ତା ଅବରୋଧ କରିଥିଲେ ।