କରୋନାକୁ ନେଇ ହାତ ଟେକିଦେଲା ନେପାଳ । ବନ୍ଦ କଲା କରୋନା ଟେଷ୍ଟ ଓ ଚିକିତ୍ସା । ସରକାର ବନ୍ଦ କରୁଛନ୍ତି କ୍ୱାରେଣ୍ଟିନ ସେଣ୍ଟର

Advertisment
କରୋନାକୁ ନେଇ ହାତ ଟେକିଦେଲା ନେପାଳ । ବନ୍ଦ କଲା କରୋନା ଟେଷ୍ଟ ଓ ଚିକିତ୍ସା । ସରକାର ବନ୍ଦ କରୁଛନ୍ତି କ୍ୱାରେଣ୍ଟିନ ସେଣ୍ଟର

A health worker in protective gear checks the body temperature of Nepal's Prime Minister KP Sharma Oli (R) as he arrives at the parliament to present the new government's programme for the fiscal year 2020/2021 in Kathmandu on May 15, 2020. (Photo by PRAKASH MATHEMA / AFP)

କନକ ବ୍ୟୁରୋ : ନେପାଳ କରୋନା ଟେଷ୍ଟ, ଚିକିତ୍ସା ଓ କ୍ୱାରେଣ୍ଟିନ ସେବାକୁ ବନ୍ଦ କରିଦେଇଛି । wsj.com ର ରିପୋର୍ଟ ମୁତାବକ ନେପାଳ ସରକାର କହିଛନ୍ତି କି ସରକାର ଯଦି କରୋନାକୁ ନେଇ ଏଭଳି ଭାବେ ଅର୍ଥ ଖର୍ଚ୍ଚ କରି ଚାଲିବ ତେବେ ରାଜକୋଷ ଶୂନ୍ୟ ହୋଇଯିବ।
ଅନ୍ୟ ଦେଶ ମାନଙ୍କ ଭଳି ନେପାଳରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ମାତ୍ର ନେପାଳର ସ୍ୱାସ୍ଥ୍ୟ ସଚିବ ଲକ୍ଷ୍ମଣ ଆୟେଲ କହିଛନ୍ତି କି ‘ଆମେ ବର୍ତମାନ କରୋନା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିପାରିବୁ ନାହିଁ, କରୋନା ପାଇଁ ଏଭଳି ଖର୍ଚ୍ଚ କରିଚାଲିଲେ ଦେଶର ରାଜକୋଷ ଶୂନ୍ୟ ହୋଇଯିବ, କରେନା ସଂକ୍ରମଣ କେବଳ ଟିକା ଆସିଲେ ଯାଇ ନିୟନ୍ତ୍ରିତ ହୋଇପାରିବ ’ । ନେପାଳ ସରକାରଙ୍କ ଏଭଳି ବୟାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁପାରିଶ ମୁତାବକ ଠିକ୍ ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି ଟିକା ଆସିବା ପୂର୍ବରୁ କରୋନାରୁ ଲୋକମାନଙ୍କୁ ବଞ୍ଚାଇବାକୁ ସବୁ ଦେଶର ସରକାର କାମ କରିବା ଦରକାର ।
ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୂୁତାବକ ନେପାଳ ମୁକ୍ତ ପରୀକ୍ଷା ଓ କ୍ୱାରେଣ୍ଟିନ ସେବାକୁ ବନ୍ଦ କରିବାକୁ ପ୍ରୟାସ ଆଗରୁ ବି କରିଥିଲା । ମାତ୍ର ଏହାକୁ ନେଇ ଦେଶର ଲୋକମାନେ ବିରୋଧ କରିବା ପରେ ସୁପ୍ରିମକୋର୍ଟଙ୍କ ରାୟ ନେପାଳ ସରକାରଙ୍କ ନିସ୍ପତ୍ତିକୁ ବଦଳାଇବାକୁ ବାଧ୍ୟ କରିଥିଲା । କରୋନା ପରିଚାଳନାରେ ଏପର୍ଯ୍ୟନ୍ତ ନେପାଳ ସରକାର ପାଖା ପାଖି ୧୨୩୮ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି ।
ରିପୋର୍ଟ ମୁତାବକ ପୂର୍ବ ମାସରେ ହେଉଥିବା ପରୀକ୍ଷା ହାରରେ ଚଳିତ ମାସ ୪୦ ପ୍ରତିଶତ କମ୍ କରାଯାଇଛି । ସରକାରୀ କ୍ୱାରେଣ୍ଟିନ ସେଣ୍ଟରରୁ ବି ଲୋକଙ୍କ ସଂଖ୍ୟା ୮୦ ପ୍ରତିଶତ କମ୍ କରାଯାଇଛି ।  ପାଖା ପାଖି ୩ କୋଟି ଜନସଂଖ୍ୟା ବିଶିଷ୍ଠ ନେପାଳରେ ବର୍ତମାନ ସୁଦ୍ଧା ୨.୧ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାସହ ଦୈନିକ ୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । କରୋନା ସଂକ୍ରମଣରେ ନେପାଳରେ ୧,୨୯୮ ଲୋକଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe