କନକ ବ୍ୟୁରୋ: ବିଧାନସଭାରେ ଉଠିଛି ରୁଚିକା ମହାନ୍ତି ଆତ୍ମହତୟା ଝଡ  । ବିରୋଧୀ ଏହି ପ୍ରସଙ୍ଗ ଉଠାଇବା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ  ବିବୃତି ରଖିଛନ୍ତି ।  ସେ କହିଛନ୍ତି ଏଭଳି ସମ୍ବେନଶୀଳ ସେ କହିଛନ୍ତି ,. ଘଟଣାକୁ  ସରକାର ଅତି ଗୁରୁତର ସହ ନେବା ସହ  ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶିକ୍ଷାନୁଷ୍ଠାନରେ ରାଂଗିଙ୍କୁ ପ୍ରତିହତ କରିବା ପାଇଁ ଗୃହବିଭାଗ ପକ୍ଷରୁ ଜାରି ହୋଇଥିବା ଏସଓପିକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପାଇଁ କମିଶନରେଟ୍ ପୁଲିସ  ୩ଟି ଟିମ୍ ଗଠନ କରିଛି  । ଏ ବିଷୟରେ ପରିବାରର ସଦସ୍ୟ,ମୃତକଙ୍କ ଅଭିଭାବକଙ୍କ ଦ୍ୱାରା ଉଠାଯାଇଥିବା ତଥ୍ୟ ଓ ଚିଠିରେ ଲିଖିତ ସମସ୍ତ ଦିଗକୁ ତଦନ୍ତରେ ସାମିଲ କରାଯାଇଛି ।  ମାମଲାକୁ ଗୁରୁତର ସହ ଗ୍ରହଣ କରି ହଷ୍ଟେଲ ସୁପରିଟେଣ୍ଡେଟ, କଲେଜ ପ୍ରିନ୍ସିପାଲ, ମାଟ୍ରନ ଓ ହଷ୍ଟେଲରେ ଥିବା ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରାଯାଇଛି ।

Advertisment

ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ନେଇ ବିଧାନସଭାରେ ଝଡ ଉଠିଛି ।  ବିଜେପି ଆଉ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ ଓ ନାରାବାଜି କରିଛନ୍ତି । ବାଚସ୍ପତି ଯେତେ ଚେଷ୍ଟା କରିଥିଲେ ବି ବିରୋଧୀ ବୁଝିନଥିଲେ । ବିରୋଧୀ କହିଥିଲେ , ପ୍ରଶ୍ନକାଳକୁ ବାତିଲ କରି ରୁଚିକା ଆତ୍ମହତ୍ୟା ଘଟଣାର ଆଲୋଚନା କରାଯାଉ । ଫଳରେ ବାଧ୍ୟ ହୋଇ ବଂଚସ୍ପତି ଘଂଟାକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଆଉ ଶୂନ୍ୟକାଳରେ ବିରୋଧୀ ଘଟଣାର ସିବିଆଇ ତଦନ୍ତ ଦାବି ଉଠାଇଥିଲେ ।

ବିରୋଧୀଙ୍କ ଉଦବେଗକୁ ନେଇ ବାଚସ୍ପତି ରୁଲିଂ ଦେଇଥିଲେ । ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀ ଉତର ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଶୂନ୍ୟକାଳରେ ର୍ୟାଗିଂ ଘଟଣାକୁ ନେଇ ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଉଚ୍ଚଶିକ୍ଷା  ବିଭାଗର ଅନୁଶାସନ ଉପରେ ଅଙ୍ଗୁଳି ଉଠାଇଥିଲେ ବିରୋଧୀ । ଆଉ ର୍ୟାଗିଂ ନେଇ କଡା ଆଇନ ଆଣିବାକୁ ଦାବି କରିଥିଲେ । ବିରୋଧୀ କହିଥିଲେ, ର୍ୟାଗିଂ ପାଇଁ ୫ ବର୍ଷରେ ୩ ହଜାର  ୧୦୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସେପଟେ ବିଜେଡି କହିଛି, ଆଲୋଚନା ପାଇଁ ସରକାର ରାଜି । କିନ୍ତୁ ପ୍ରଶ୍ନକାଳକୁ ବାତିଲ କରନ୍ତୁ ନାହିଁ ବିରୋଧୀ ।

ରୁଚିକା ଆତ୍ମହତ୍ୟା ନେଇ ବିଧାନସଭାରେ ବିରୋଧୀ ସ୍ୱର ଉଠାଇଥିବାବେଳେ ବିଜେବି କଲେଜ ଆଗରେ ବି ପ୍ରତିବାଦ କରୁଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏତେ ଦିନ ହେଲା କାହିଁକି ପୁଲିସର ହାତ ଖାଲି ଓ ଦୋଷୀଙ୍କ ପାଖରେ କାହିଁକି ପୁଲିସ ପଂହଚିପାରୁନାହିଁ , ସେ ନେଇ ଏବେ ପ୍ରଶ୍ନ ଉଠିଛିି ।