ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠିବନି ରତ୍ନଭଣ୍ଡାର ପ୍ରସଙ୍ଗ: ଏଜେଣ୍ଡାରେ ସ୍ଥାନ ନପାଇବାରୁ ଉଠିଲା ପ୍ରଶ୍ନ

59

କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବା ପ୍ରସଂଗରେ ପୁରୀ ଗସ୍ତ ସମୟରେ ଏହା କହିଥିଲେ ଆମିକସକ୍ୟୁରୀ ଏନ. କେ. ମହାନ୍ତି । ଆଉ ଆମିକସକ୍ୟୁରୀଙ୍କ ଏହି କଥା କୋଟି କୋଟି ଜଗନ୍ନାଥ ପ୍ରେମିଙ୍କ ଭିତରେ ରତ୍ନଭଣ୍ଡାର ଖୋଲିବା ନେଇ ପରିଚାଳନା କମିଟି ବୈଠକରେ ବାଟ ବାହାରିବ ବୋଲି ଆଶା ସଂଚାର କରିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ୨୭ ତାରିଖରେ ବସିବାକୁ ଯାଉଥିବା ପରିଚାଳନା କମିଟି ବୈଠକର କାର୍ଯ୍ୟସୂଚୀରେ ରତ୍ନଭଣ୍ଡାର ପ୍ରସଂଗ ସ୍ଥାନ ପାଇନାହିଁ । ନଜର ପକାନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟସୂଚୀ ଉପରେ । ପରିଚାଳନା କମିଟି ବୈଠକରେ ..

– ମହାପ୍ରଭୁଙ୍କ ନୀତି ସମ୍ପର୍କୀତ
– ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ସମ୍ବନ୍ଧୀୟ
– ଆଦର୍ଶ ଗୁରୁକୁଳ ସମ୍ପର୍କରେ
– ସେବକ ବାସଗୃହ ସମ୍ପର୍କରେ ଆଲୋଚନା ହେବ 

ହେଲେ ବିଡମ୍ବନାର ବିଷୟ ରତ୍ନ ଭଣ୍ଡାର ମରାମତି ପାଇଁ ଏଏସଆଇ ଚିଠି ଲେଖିବା ସତ୍ୱେ ବି ଏହାକୁ ପରିଚାଳନା କମିଟି ବୈଠକର କାର୍ଯ୍ୟସୂଚୀରେ ରଖାଯାଇନାହିଁ । କିନ୍ତୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ହୋଇଥିଲେ ବି କାହିଁକି କାର୍ଯ୍ୟସୂଚୀରେ ରଖାଯାଇ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏଏସଆଇର ଚିଠି, ଆମିକସକ୍ୟୁରୀଙ୍କ ପ୍ରତିକ୍ରିୟା ସତ୍ୱେ ପରିଚାଳନା କମିଟି ରତ୍ନଭଣ୍ଡାର ପ୍ରସଂଗକୁ ପରିଚାଳନା କମିଟି ବୈଠକ କାର୍ଯ୍ୟସୂଚୀରେ ନରଖିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପରିଚାଳନା କମିଟି ସଦସ୍ୟ କହିଛନ୍ତି ରତ୍ନଭଣ୍ଡାର ଏକ ସମ୍ବେଦନଶୀଳ ପ୍ରସଂଗ ଓ ଏହା ଉପରେ ଆଲୋଚନା ହୋଇପାରେ ।

ଦୀର୍ଘ ୩୭ବର୍ଷ ହେଲା ରତ୍ନଭଣ୍ଡାରର ଯାଂଚ ହୋଇ ନାହିଁ । ମରାମତି ମଧ୍ୟ ହୋଇନାହିଁ । ତେଣୁ ଭଣ୍ଡାର ଭିତରେ ଥିବା ମହାପ୍ରଭୁଙ୍କ ରତ୍ନ ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଆଉ ତୁରନ୍ତ ଖୋଲିବାକୁ ଦାବି ଜୋର ହେବାରେ ଲାଗିଛି ।