ବେଜିଂରେ ପୁଣି ଉଠିଲା କଶ୍ମୀର ପ୍ରସଙ୍ଗ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ଚୀନ ରାଷ୍ଟ୍ରପତିଙ୍କ ମିଳିତ ବିବୃତି ଜାରି

224

କନକ ବ୍ୟୁରୋ: ଚୀନରେ ପହଁଚି କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଫେବୃଆରୀ ୬ ତାରିଖରେ ଚୀନ ରାଷ୍ଟ୍ରପତି ସି-ଜିନ-ପିଙ୍ଗଙ୍କ ସହ ପାକିସ୍ତାନ ବୈଠକ କରିଛି । ଏହି ସମୟରେ ବେଜିଂରେ ବସି କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ବୈଠକରେ ଇସଲାମାବାଦ ନିକଟରେ କଶ୍ମୀରରେ ଘଟୁଥିବା ବିଷୟରେ ବେଜିଂକୁ ଅବଗତ କରାଇଛି ପାକ୍ । ଜମ୍ମୁକଶ୍ମୀରକୁ ନେଇ ପାକିସ୍ତାନ ଚିନ୍ତା ପ୍ରକଟ କରିବା ସହ ବର୍ତମାନର ସ୍ଥିତିି ଓ ଭାରତର ଆଭିମୁଖ୍ୟ ବିଷୟରେ ଚୀନକୁ କହିଛି ପାକିସ୍ତାନ । ପାକିସ୍ତାନ କଥା ଶୁଣି ଚୀନ କଶ୍ମୀର ଉପରେ ନିଜର ମତାମତ ମଧ୍ୟ ରଖିଛି ।

ଚୀନ କହିଛି କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଗୋଟେ ବଡ ବିବାଦ । ଏହି ବିବାଦ ଶାନ୍ତିପୂର୍ଣ୍ଣ. ଜାତିସଂଘ ସୁରକ୍ଷା ପରିଷଦ ଗାଇଡଲାଇନ ଅନୁସାରେ ହେବା ଉଚିତ । ଉଭୟ ଦେଶ ପରସ୍ପର ସହ କରିଥିବା ଚୁକ୍ତି ମଧ୍ୟ ପାଳନ କରିବା ଉଚିତ ବୋଲି ବେଜିଂ ମତ ରଖିଛି । ହେଲେ କଶ୍ମୀରକୁ ନେଇ ଏକତରଫା କାର୍ଯ୍ୟାନୁଷ୍ଠାନ ଚାଇନା କେବେ ସହ୍ୟ କରିବନି ବୋଲି ମିଳିତ ବିବୃତିରେ କୁହାଯାଇଛି । ଆଲୋଚନା, ସହଭାଗିତା ଦ୍ୱାରା ବିବାଦର ସମାଧାନ କରାଯାଉ ବୋଲି ପରାର୍ମଶ ଆଳରେ କହିଛି ବେଜିଂ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ ବୈଠକ ପରେ ଉଭୟ ଚୀନ ଓ ପାକିସ୍ତାନ ମିଳିତ ବିବୃତି ଜାରି କରିଛନ୍ତି ।

ପ୍ରଥମ ଥର ଜମ୍ମୁକଶ୍ମୀର ପ୍ରସଙ୍ଗ ଉଠାଇ ଚୀନ ଓ ପାକିସ୍ତାନ ମିଳିତ ବିବୃତି ଜାରି କରି ନାହାଁନ୍ତି । ପୂର୍ବରୁ ଅନେକ ଥର ସମାନ ଧରଣରରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ଚୀନ ଓ ପାକିସ୍ତାନ । ସେପଟେ କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ । ଏଥିରେ କୌଣସି ଦେଶର ହସ୍ତକ୍ଷେପକୁ ବରଦାସ୍ତ କରାଯିବନି ବୋଲି ସର୍ତକ କରାଇ ଆସୁଛି ଭାରତ । ଜମ୍ମୁକଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବାରମ୍ବାର କହି ଆସୁଛି ଭାରତ । ତଥାପି ପୁଣି ଦୁଇ ପଡୋଶୀ ଦେଶ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଉସକାଇବା ଭଳି କାମ କରିଛନ୍ତି । ଚୀନ ଓ କଶ୍ମୀର ନିଜ ନିଜର ବିବୃତି ରଖିବା ପରେ ଏନେଇ ଭାରତ ପକ୍ଷରୁ ଏବେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନି । ସେପଟେ ଋଷ ସରକାରଙ୍କ ସହ ଜଡିତ ମିଡିଆ ରେଡଫିସ୍ ରିର୍ପୋଟରେ କଶ୍ମୀରକୁ ଫିଲିସ୍ତିନ ସହ ତୁଳନା କରାଯିବା ପରେ ଏହାକୁ ଖାରଜ କରି ବୟାନ ରଖିଛି ଋଷ । ଋଷ କହିଛି କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ମାମଲା । ଅନ୍ୟ କୌଣସି ରାଷ୍ଟ୍ରର ହସ୍ତକ୍ଷେପର କିଛି ଆବଶକ୍ୟତା ନାହିଁ ।

ବେଜିଂ ଶୀତକାଳୀନ ଅଲିମ୍ପିକସ ପାଇଁ ପାକ ସହ ୨୦ ଦେଶର ପ୍ରତିନିଧି ଏବେ ଚୀନରେ ପହଁଚଛନ୍ତି । ତେବେ ଭାରତ, ଆମେରିକା, ବ୍ରିଟେନ, ଆମେରିକା ଭଳି ଚୀନର ଅ।।ଚରଣକୁ ବିରୋଧ କରି କୁଟନୀତି ସ୍ତରରେ କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି