ଐତିହ୍ୟ କରିଡର ବିସ୍ଥାପନଙ୍କ ଜମି ବିବାଦ । ସରକାର ଦେଇଥିବା ଜମିର ୭୫ ବର୍ଷର ଧରି ଦଖଲ ଥିବା ନେଇ ପ୍ରମାଣ ଦେଖାଇଲେ ପୁରୀ କର ପରିବାର

130

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଜମି ଦେଇଥିବା ବିସ୍ଥାପିତଙ୍କୁ ସରକାର ଦେଇଥିବା ଜମିକୁ ନେଇ ବିବାଦ ଦେଖାଦେଇଛି । ବିସ୍ଥାପିତଙ୍କୁ ସରକାର ବିବାଦୀୟ ଜମି ଦେଇ ସେମାନଙ୍କୁ ଅସୁବିଧାରେ ପକାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏବଂ ସେହି ସ୍ଥାନରେ ଅନ୍ୟ ଜଣେ ବ୍ୟକ୍ତି ନିଜର ମାଲିକାନା ଥିବା ଦାବି କରୁଥିବା କଥା ପ୍ରଶାସନକୁ ଜଣାଇଛନ୍ତି । ଅନ୍ୟପଟେ ସେହି ଜମି ଗତ ୭୫ ବର୍ଷ ଧରି ଲକ୍ଷ୍ମୀ ପ୍ରସାଦ କରଙ୍କ ମାଲିକାନାରେ ରହିଛି ବୋଲି ପରିବାର ଲୋକ ଦାବି କରିଛନ୍ତି । ୮୫୦ ଡେସିମିଲ୍ ସ୍ଥିତିବାନ ଜମି ପାଇଁ ସେମାନେ ଖଜଣା ମଧ୍ୟ ନିୟମିତ ଦାଖଲ କରୁଥିବା କହିଛନ୍ତି ।

କିନ୍ତୁ ପ୍ରଶାସନ ତାଙ୍କ ଜାଗାର ବାଡ ଭାଙ୍ଗି ଜବରଦସ୍ତ ଦଖଲ କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜମିକୁ ବେଆଇନ ଭାବେ ବିସ୍ଥାପିତଙ୍କୁ ସରକାର ହସ୍ତାନ୍ତର କରିଛନ୍ତି ଏବଂ ଏନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଏହାର ଶୁଣାଣି କରି କୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ପ୍ରଶାସନ କର ପରିବାର ଦାବି କରୁଥିବା ଜମିକୁ ଅକ୍ତିଆରକୁ ନେଲା ତାହା ଅସ୍ପଷ୍ଟ ରହିଛି । ବିବାଦୀୟ ଜମି ଥିବା ବେଳେ ପ୍ରଶାସନ ଏହାକୁ ବିସ୍ଥାପିତଙ୍କୁ ପ୍ରଦାନ କରିବା କେତେ ଯୁକ୍ତିଯୁକ୍ତ ।