କୋଭିଡ୍ ସମୟରେ ୪୦ ହଜାର କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି । ତୃଣମୂଳସ୍ତରରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ଦଳ

118

କନକ ବ୍ୟୁରୋ : ପୁଣି ଫେରିଲା କୋଭିଡ୍ ପ୍ରସଙ୍ଗ । କୋଭିଡ୍ ସମୟରେ ରାଜ୍ୟରେ ୪୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।

ସରକାରଙ୍କ ଲୋକାଲ ଫଣ୍ଡ ଅଡିଟରୁ ଏଭି ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ସମୟରେ ରାଜ୍ୟ କରୋନା ବିରୋଧରେ ଲଢ଼େଇ କରୁଥିଲା, ସେତେବେଳେ ରାଜ୍ୟ ସରକାର ଲୁଟ୍ କରୁଥିବା ଅଭିଯୋଗ ଆଣିଛନ୍ତି ମନୋଜ ମହାପାତ୍ର । ପଂଚାୟତ, ଜିଲ୍ଲାପରିଷଦ, ପୌରାଂଚଳରେ ଖର୍ଚ୍ଚ ହୋଇଥିବା ୪୦ହଜାର କୋଟି ଟଙ୍କାର ୟୁସି ନାହିଁ । ଦୁର୍ନୀତି ଓ ଅନିୟମିତତା ଯୋଗୁଁ ସବୁ ବ୍ଲକକୁ ୪୦୦ କୋଟିରୁ ଅଧିକ ଫାଇନ ହୋଇଛି । କିନ୍ତୁ ରାଜ୍ୟ ସରକାର ଏସବୁ ଆଦାୟ କରୁନଥିବା ବିଜେପି ଅଭିଯୋଗ କରିଛି ।