କନକ ବ୍ୟୁରୋ : ପୁଣି ଫେରିଲା କୋଭିଡ୍ ପ୍ରସଙ୍ଗ । କୋଭିଡ୍ ସମୟରେ ରାଜ୍ୟରେ ୪୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।
ସରକାରଙ୍କ ଲୋକାଲ ଫଣ୍ଡ ଅଡିଟରୁ ଏଭି ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ସମୟରେ ରାଜ୍ୟ କରୋନା ବିରୋଧରେ ଲଢ଼େଇ କରୁଥିଲା, ସେତେବେଳେ ରାଜ୍ୟ ସରକାର ଲୁଟ୍ କରୁଥିବା ଅଭିଯୋଗ ଆଣିଛନ୍ତି ମନୋଜ ମହାପାତ୍ର । ପଂଚାୟତ, ଜିଲ୍ଲାପରିଷଦ, ପୌରାଂଚଳରେ ଖର୍ଚ୍ଚ ହୋଇଥିବା ୪୦ହଜାର କୋଟି ଟଙ୍କାର ୟୁସି ନାହିଁ । ଦୁର୍ନୀତି ଓ ଅନିୟମିତତା ଯୋଗୁଁ ସବୁ ବ୍ଲକକୁ ୪୦୦ କୋଟିରୁ ଅଧିକ ଫାଇନ ହୋଇଛି । କିନ୍ତୁ ରାଜ୍ୟ ସରକାର ଏସବୁ ଆଦାୟ କରୁନଥିବା ବିଜେପି ଅଭିଯୋଗ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/19-16.jpg)