ସଂସଦରେ ଉଠିଲା କୋଇଲା ରୟାଲିଟ ସଂଶୋଧନ ପ୍ରସଙ୍ଗ: ୧୪ ପ୍ରତିଶତରୁ ୨୦ ପ୍ରତିଶତ କରିବାକୁ ଦାବି

Advertisment
ସଂସଦରେ ଉଠିଲା କୋଇଲା ରୟାଲିଟ ସଂଶୋଧନ ପ୍ରସଙ୍ଗ: ୧୪ ପ୍ରତିଶତରୁ ୨୦ ପ୍ରତିଶତ କରିବାକୁ ଦାବି

କନକ ବ୍ୟୁରୋ: କୋଇଲା ରୟାଲିଟିରେ ସଂଶୋଧନକୁ ନେଇ ରାଜନୀତି ସରଗରମ। ଏ ପ୍ରସଙ୍ଗ ବିଜେଡି ରାଜ୍ୟସଭାରେ ଉଠାଇବା ପରେ କୋଇଲା ମନ୍ତ୍ରୀ ସ୍ପଷ୍ଟିକରଣ ଦେଇ କହିଛନ୍ତି ଷ୍ଟିଡିଗ୍ରୁପର ସୁପାରିସ ଆଧାରରେ ମୂଲ୍ୟରେ ସଂଶୋଧନ ହେବ ନାହିଁ। ସେପଟେ ସଂଶୋଧିତ ହାରରେ କୋଇଲା କିଣିଲେ ଏହାର ପ୍ରଭାବ ସିଧା ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ପଡିବ ବୋଲି ଶିଳ୍ପଗୋଷ୍ଠୀ କହିଛନ୍ତି।

କୋଇଲା ରୟାଲିଟୀ ବୃଦ୍ଧି କରିବାକୁ ଓଡିଶା ସମେତ ଉତ୍ପାଦକ ରାଜ୍ୟମାନେ ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି। ହେଲେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଏହି ଦାବିକୁ ଗୁରୁତ୍ବ ଦେଉନାହାନ୍ତି। ଆଉ ଏହାରି ଭିତରେ ଏବେ ପୁଣି ଥରେ ସଂସଦରେ କୋଇଲା ରୟାଲିଟୀ ପ୍ରସଙ୍ଗ ଉଠାଇଛି ବିଜେଡି। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇ ସଂଶୋଧିତ ହାରରେ ରୟାଲଟୀ ପ୍ରଦାନ କରିବାକୁ ଦାବି କରିଛନ୍ତି।

କୋଇଲା ରୟାଲିଟୀ ବୃଦ୍ଧି ପାଇଁ ଦାବି ଭିତରେ ଉତ୍ତର ରଖିଛନ୍ତି କୋଇଲା ମନ୍ତ୍ରୀ। ଡିଏମଏଫ ଓ ଏନଏମଇଟିକୁ ପାଣ୍ଠି ଦିଆଯାଉଥିବାରୁ ଅଧିକ ସହାୟତା ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି କୋଇଲା ମନ୍ତ୍ରୀ ଜି. କିଷାନ ରେଡ୍ଡୀ।

କୋଲ ରୟାଲିଟୀ ବୃଦ୍ଧି କରାଯାଇପାରିବ ନାହିଁ ବୋଲି କୋଇଲା ମନ୍ତ୍ରୀ କହିବା ପରେ ତେଜିଛି ରାଜନୀତି। ଅନ୍ୟପଟେ କୋଇଲା ରୟାଲିଟିରେ ଉଚ୍ଚହାରରେ ସଂଶୋଧନ ହେଲେ, ସାଧାରଣ ଲୋକ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି କହିଛନ୍ତି ଶିଳ୍ପ ଗୋଷ୍ଠୀ।

ସେହିଭଳି ଲୋକସଭାରେ ପଶ୍ଚିମବଙ୍ଗର ବିଜେପି ସାସଂଦ ଖଗେନ ମୁର୍ମୁ ଓ ଝାଡଖଣ୍ଡର ବିଜେପି ସାସଂଦ ବିଷ୍ଣୁ ଦୟାଲ ରାମଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଓଡିଶାକୁ ଗତ ୫ ବର୍ଷରେ ୧୪ହଜାର ୩ଶହ ୮୨ କୋଟି ୭୩ ଲକ୍ଷ ୯୦ ହଜାର ଟଙ୍କା କୋଇଲା ରୟାଲିଟି ବାବଦକୁ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe