ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟ ମୃତ୍ୟୁ ପ୍ରସଙ୍ଗ । ଥାନାକୁ ନ ଡାକି କାହିଁକି ଘରେ ଜେରା କରୁଛି ପୋଲିସ

199

କନକ ବ୍ୟୁରୋ : ଗୃହରେ ଶୂନ୍ୟକାଳରେ ଉଠିଲା ଏସି ଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଗଜପତି ଜିଲ୍ଳା ଏକ ଶାନ୍ତିପ୍ରିୟ ଜିଲ୍ଲା। ମାତ୍ର ଜିଲ୍ଲା ଏବେ ଉଠୁଛି ପଡୁଛି । ଏସିଏଫଙ୍କ ମୃତ୍ୟୁ ପରେ ଡିଏଫଓ, ଏସିଏଫ ଙ୍କ ପତ୍ନୀ ଓ ତାଙ୍କ ରୋଷେୟା ନାଁ ରେ ଏତଲା ହୋଇଥିଲା । ଏ ନେଇ ଗଜପତି ପୋଲିସ ମାସେ ଓ କ୍ରାଇମବ୍ରାଞ୍ଚ ୧୫ ଦିନ ହେବ ତଦନ୍ତ କରୁଥିଲେ ବି ଏହାଇ କୌଣସି ଦିଗ ବହାରିପାରୁନି ।

ପୋଲିସ ଓ କ୍ରାଇମବ୍ରାଞ୍ଚ ଏତଲାରେ ନାଁ ଥିବା ତିନି ଜଣଙ୍କୁ ପୋଲିସ ଷ୍ଟେସନ ନ ଡାକି ତାଙ୍କ ଘରେ କାହିଁକି ଜେରା କରୁଛି । ବର୍ତ୍ତମାନ ଏ କେଶ ସମ୍ପର୍କରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଛି । ରକ୍ତ ଚନ୍ଦନ କାଠ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ମାଡ୍ରାସ ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦ କୁ ଏ କାଠ ସବୁ ଚାଲାଣ ହେଉଛି। ଯେତେବେଳେ ଜଙ୍ଗଲରୁ ଛୋଟ ଜିନିଷ ଟି ଚୋରି ହେଉଛି ଲୋକଙ୍କ ଉପରେ ଅତ୍ୟାଚାର କରହେଉଛି । ମାତ୍ର ରକ୍ତ ଚନ୍ଦନ କାଠ ଚୋରି ହେଉଛି ତାହା କଣ ଡିଏଫଓ ଜାଣିପାରୁ ନାହାନ୍ତି । ଏ ଘଟଣାରୁ ଲାଗୁଚି ସରକାର ଡିଏଫଓଙ୍କୁ ସୁରକ୍ଷା ଦେଉଛନ୍ତି । କାହିଁକି ତାଙ୍କୁ ବଦଳି କରାଯାଉନି। ସ୍ଥାନୀୟ ଲୋକେ ତାତିଲେଣି । ସତ କଣ ସାମ୍ନାକୁ ଆସୁ ।