ହସ୍ପିଟାଲରେ ପଶିଲା ଇସ୍ରାଏଲ ସେନା: ଖୋଜିଖୋଜି ହମାସକୁ କରୁଛି ହତ୍ୟା

124

କନକ ବ୍ୟୁରୋ: ଯୁଦ୍ଧ ପହଁଚିଛି ୩୯ଦିନରେ । ଦୁର୍ବଳ ହେଉଛି ହମାସ, ଆଗେଇ ଚାଲିଛି ଇସ୍ରାଏଲ ସେନା । ଗାଜାର ସର୍ବ ବୃହତ ହସ୍ପିଟାଲ ଅଲଶିଫାରେ ପଶିଛି ଆଇଡିଏଫ । ପଣବନ୍ଦୀଙ୍କୁ ମୁକୁଳାଇ ହମାସକୁ ନିପାତ କରିବାକୁ ଲକ୍ଷ୍ୟ ରଖିଛି । ଏବେ ସୁଦ୍ଧା ଯୁଦ୍ଧରେ ୧୨ହଜାର ନାଗରିକଙ୍କ ପ୍ରାଣହାନି ହୋଇଛି । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ରହିଛି ଶିଶୁ ଓ ମହିଳାଙ୍କ ସଂଖ୍ୟା ।
କିଛି ଦିନର ଛକାପଂଝା ପରେ ଶେଷରେ ନିଜର ଟାର୍ଗେଟ ହାସଲ କରିଛି ଇସ୍ରାଏଲ ସେନା । ଗାଜାର ସର୍ବବୃହତ ହସ୍ପିଟାଲ ଅଲଶିଫାରେ ପ୍ରବେଶ କରିଛି ଆଇଡିଏଫ । ଏହି ହସ୍ପିଟାଲର ଅଣ୍ଡରଗ୍ରାଉଣ୍ଡରେ ହମାସା ମୁଖ୍ୟାଳୟ ରହିଛି ଓ ଏହାକୁ ନଷ୍ଟ କରିବା ପାଇଁ ସେନା ହସ୍ପିଟାଲକୁ ଚାରିପଟୁ ଘେରିଥିବା କହିଛି ଇସ୍ରାଏଲ । ସେନା କହିଛି …

ହସ୍ପିଟାଲରେ ହମାସ
ଆଇଡିଏଫରଏଟ୍ରିଂ
-ପଣବନ୍ଦୀ ଓ ରୋଗୀଙ୍କୁ ଦୃଷ୍ଟିରେ ରଖି ହସ୍ପିଟାଲ ଉପରେ କୌଣସି ଆକ୍ରମଣ କରାଯାଇନି
-ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ
-ହମାସକୁ ମୂଳପୋଛ ଲକ୍ଷ୍ୟରେ ତଲାସି କରାଯାଉଛି
-ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ କରାଯିବ
-ହସ୍ପିଟାଲରେ କିଛି ଗୁପ୍ତ ସୁଡ଼ଙ୍ଗ ଠାବ କରାଯାଇଛି
-ହସ୍ପିଟାଲରେ ୭ହଜାର ନାଗରିକ ଓ ୭ଶହ ରୋଗୀ ଅଛନ୍ତି
-୪୨ଟି ନବଜାତ ଶିଶୁ ରହିଛନ୍ତି
-୨୩ଶହ ଲୋକଙ୍କୁ ପଣବନ୍ଦୀ କରିଛି ହମାସ
-ସେନା ଓ ହମାସ ଯୁଦ୍ଧରେ ୪୦ଜଣଙ୍କ ମୃତ୍ୟୁ ହୋଇସାରିଛି
-ସ୍ଥାନ ଅଭାବରୁ ମୃତଦେହକୁ ହସ୍ପିଟାଲ ପରିସରରେ ପୋତାଯାଉଛି

ଆତ୍ମରକ୍ଷା କରିବା ପାଇଁ ହସ୍ପିଟାଲକୁ ସବୁଠୁ ଅଧିକ ସୁରକ୍ଷିତ ସ୍ଥାନ ମଣିଛି ହମାସ । ରୋଗୀ, ଶରଣାର୍ଥୀ ଓ ହସ୍ପିଟାଲ କର୍ମଚାରୀଙ୍କୁ ଢ଼ାଲ କରୁଥିବା ହମାସକୁ ଏଣିକି ଟାର୍ଗେଟ କରି ଗାଜାର ଏହି ସର୍ବବୃହତ ହସ୍ପିଟାଲକୁ ଚାରିପଟୁ ଘେରି ରହିଛି ଇସ୍ରାଏଲସେନା ।

ହମାସକୁ ମାଟିରେ ମିଶାଇବାକୁ ପ୍ରତିଜ୍ଞା କରିଛି ଇସ୍ରାଏଲ । ଗାଜାର କୋଣ ଅନୁକୋଣରେ ଲୁଚି ରହିଥିବା ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଆଇଡିଏଫ । ଯୁଦ୍ଧ ଭିତରେ ସାଧାରଣ ନାଗରିକଙ୍କ ଜୀବନ ଯିବା ଘଟଣାରେ ବ୍ୟତିଥ ସାରା ବିଶ୍ୱ । ସାଧାରଣ ନାଗରିକଙ୍କୁ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଅଧିକାଂଶ ରାଷ୍ଟ୍ର ଇସ୍ରାଏଲକୁ ଅପିଲ କରିଆସୁଛନ୍ତି ।