ଆଇପିଏଲର ପ୍ଲେ ଅଫ୍ ଚୂଡାନ୍ତ : କାଲି ମୁମ୍ୱାଇ-ଦିଲ୍ଲୀ ଟକ୍କର; ଶୁକ୍ରବାର ବାଙ୍ଗାଲୋର-ହାଇଦ୍ରାବାଦ୍ ମୁକାବିଲା

163

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ଲେ ଅଫ୍ ର ମହା ମୁକାବିଲା । ଟପ୍ ୪ ଦଳ ମଧ୍ୟରେ ଏଥର ଜମିବ ହୋଇଭୋଲଟେଜ୍ ଟକ୍କର । ଏହି କ୍ରମରେ ଆଇପିଏଲ ପ୍ଲେ ଅଫର ପ୍ରଥମ ଶୀର୍ଷ ଦୁଇ ଦଳ ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଆସନ୍ତକାଲି ଖେଳାଯିବ କ୍ୱାଲିଫାୟାର ୧ ମୁକାବିଲା । ଦୁବାଇରେ ୫ ତାରିଖରେ ରାତି ୭ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚର ବିଜେତା ଦଳ ସିଧାସଳଖ ଫାଇନାଲକୁ ଯିବ ।

ନଭେମ୍ୱର ୬ ତାରିଖ ଶୁକ୍ରବାର ଏଲିମିନେଟର ମୁକାବିଲା ହେବ । ମୁହାଁମୁହିଁ ହେବେ ରୟାଲ ଚାଲେଂଜର୍ସ ବାଙ୍ଗାଲୋର-ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଏହା ପରେ ନଭେମ୍ୱର ୮ ରେ ଦ୍ୱିତୀୟ କ୍ୱାଲିଫାୟର ଖେଳାଯିବ । ପ୍ରଥମ କ୍ୱାଲିଫାୟରର ପରାଜିତ ଦଳ ସହିତ ଏଲିମିନେଟର ମ୍ୟାଚର ବିଜେତା ଦଳ ଖେଳିବ ମ୍ୟାଚ୍ । ଏହି ମ୍ୟାଚର ବିଜେତା ଦଳ , କ୍ୱାଲିଫାୟର ୧ର ବିଜେତା ଦଳ ସହିତ ନଭେମ୍ୱର ୧୦ ତାରିଖରେ , ଫାଇନାଲ ମ୍ୟାଚ୍ ଖେଳିିବ । ଦୁବାଇରେ ନଭେମ୍ୱର ୧୦ ତାରିଖ ରାତି ୭ଟା ୩୦ ମିନିଟରେ ଏହି ମୁକାବିଲା ଖେଳାଯିବ ।