କନକ ବ୍ୟୁରୋ: ପୁରୀ ସମ୍ରାଟ କମ୍ପଲେକ୍ସରେ ନିଆଁ ଲାଗିବା ଘଟଣାରେ ଉଦ୍ଧାରକାର୍ଯ୍ୟ ଜାରିରହିଛି । ଭିତରକୁ ଯାଇଥିବା ଅଗ୍ନିଶମ କର୍ମଚାରୀ କହିଛନ୍ତି ଭିତର ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଯେହେତୁ ଧୂଆଁ ଅଧିକ ଅଛି ଆମେ ଅଣନିଶ୍ୱାସୀ ହୋଇଗଲୁ । ଆମେ ଆଉ ମାତ୍ର କିଛି ସମୟ ମଧ୍ୟରେ ଯାଇ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଦେବୁ ।

Advertisment

ନିଆଁ ଲିଭାଇବା ପାଇଁ ଅଗ୍ନିଶମବାହିନୀର ୬ଟି ଗାଡି ନିୟୋଜିତ ହୋଇଛି । ସେହିଭଳି ସ୍ୱତନ୍ତ୍ର କର୍ମଚାରୀ ଅମ୍ଳଜାନ ନେଇ ଭିତରକୁ ଯାଇଛନ୍ତି । ଭିତରେ ୩ ମହିଳା ପର୍ଯ୍ୟଟକ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।