କନକବ୍ୟୁରୋ: ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ସ୍ବର୍ଣ୍ଣ ପଦକ ମ୍ୟାଚ୍ ଖେଳିବାରୁ ଭୀନେଶ ଫୋଗଟ ବଂଚିତ ହୋଇଥିଲେ। ଏହାକୁ ନେଇ ବିବାଦ ଥମିନି। ଅନ୍ୟପଟେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। କୁସ୍ତିରେ ଭାରତ ପାଇଁ ବ୍ରୋଂଜ ପଦକ ଜିତିଥିବା ଅମନ ଶେରାୱତଙ୍କୁ ନେଇ ତଥ୍ୟ ସାମ୍ନାକୁ ଆସିଛି। ମାତ୍ର ୧୦ ଘଂଟାରେ ସେ ୪ କେଜି ୬ ଶହ ଗ୍ରାମ ଓଜନ କମାଇଥିଲେ। ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।

Advertisment

ବ୍ରୋଂଜ ପଦକ ମ୍ୟାଚ୍ ପୂର୍ବରୁ ଅମନଙ୍କୁ ଓଜନ କମାଇବାକୁ ପଡ଼ିଥିଲା। ଏଥିପାଇଁ କୋଚ୍ ଓ ଫିଜିଓଙ୍କ ପରାମର୍ଶଙ୍କ ଅନୁସାରେ କଠିନ ପରିଶ୍ରମ କରିଥିଲେ ଅମନ। ସେମିଫାଇନାଲ ମ୍ୟାଚରେ ପରାସ୍ତ ପରେ ଅମନଙ୍କ ଓଜନ ୫୧ କେଜିକୁ ବଢ଼ିଯାଇଥିଲା। ହେଲେ ସେ ୫୭ କେଜି ବର୍ଗରେ କୁସ୍ତି ଲଢ଼ୁଥିଲେ। ତେଣୁ ତୁରନ୍ତ ଓଜନ କମାଇବା ଆବଶ୍ରକ ହୋଇପଡ଼ିଥିଲା।