ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯିବେ ଶ୍ରୀଜିଉ । ୧୩ରୁ ହେବ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ । ରତ୍ନ ସିଂହାସନକୁ ଛାଡି ବାକି ସବୁ ସ୍ଥାନର ହେବ ଲେଜର ସ୍ଲାନ ।

108

କନକ ବ୍ୟୁରୋ: ଜୁଲାଇ ୧୩ରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ । ଏନେଇ ଆଜି ଏଏସଆଇ ସୁପରିଟେଣ୍ଡ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୫ଜଣିଆ ଏଏସଆଇ ବିଶେଷଜ୍ଞ ଟିମ୍ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ସହ ଲେଜର ସ୍କାନିଂ କରାଯିବ । ସେପଟେ ରଥଯାତ୍ରା ପରଦିନ ଠାରୁ ଆରମ୍ଭ ହେବ ରୂପାଦ୍ୱାର ଲଗାଯିବା କାର୍ଯ୍ୟ । ତିନୋଟି ପ୍ରମୁଖ ଦ୍ୱାର କଳାହାଟ, ବେହରଣ ଓ ଜୟ ବିଜୟ ଦ୍ୱାର ସହ ଭଣ୍ଡାର ଦ୍ୱାରକୁ ରୂପା ଛାଉଣୀ କରାଯିବ । ସେଥିପାଇଁ ନିଳାଦ୍ରୀ ଭକ୍ତ ନିବାସରେ ବର୍ମାଟିକ କାଠରେ ଦ୍ୱାର ନିର୍ମାଣ ଶେଷ ହୋଇଛି । ଅନ୍ୟପଟେ ଷ୍ଟିଲ ଫ୍ରେମରେ ରୂପା ଛାଉଣୀ କରାଯାଇ ଦ୍ୱାର ଉପରେ ବାଡ଼ିଆଯିବ । ଏଏସଆଇ ବିଶେଷଜ୍ଞ ମାନେ ଅନୁଧ୍ୟାନ କରିବା ପରେ କାର୍ଯ୍ୟର ଅଗ୍ରଗତି ହେବ । ସେପଟେ ରତ୍ନ ସିଂହାସନକୁ ଲେଜର ସ୍କାନିଂ କରାଯିବାକୁ ମନା କରାଯାଇଛି ।