ଜେଲରେ ସବୁ ଠିକ୍ ଠାକ୍ ଚାଲିଛି ତ ? ବଡ ଅପରାଧୀଙ୍କ ପାଖରେ କେମିତି ପହଞ୍ଚେ ଖାଦ୍ୟ ? କନକ ନ୍ୟୁଜରେ ଜେଲ ଫୁଡ୍ ସପ୍ଲାୟରଙ୍କ ବଡ ଖୁଲାସା

262

କନକ ବ୍ୟୁରୋ : ରାଜ୍ୟରେ ଥିବା ଜେଲରେ କେମିତି ଚାଲିଛି ବ୍ୟବସ୍ଥା ? କନକ ନୁଦରେ ଜେଲ ଫୁଡ୍ ସପ୍ଲାୟରଙ୍କ ବଡ ଖୁଲାସା । କଏଦୀଙ୍କ ପାଇଁ ୬୪ ଟଙ୍କା ବଦଳରେ ସରକାର ୮୦ ଟଙ୍କା କଲେଣି । ୨୦୨୦ ଏପ୍ରିଲ ୨୨ରୁ ସରକାର ଟଙ୍କା ବଢାଇଲେଣି । ସନ୍ଧ୍ୟା ୬ଟା ସୁଦ୍ଧା କଏଦୀଙ୍କୁ ଶେଷ ଖାଇବା ଦିଆଯାଏ । କେବଳ ସେତିକି ନୁହେଁ ଜେଲରେ ଟେଣ୍ଡର ପାଇବା ପାଇଁ ଫିକ୍ସିଂ ହୁଏ । ଟେଣ୍ଡର ପାଇଁ ମୋଟା ଅଙ୍କର ଟଙ୍କା ହେବାକୁ ପଡେ । ଜେଲକୁ ଆସୁଥିବା ଖାଦ୍ୟ ସାମଗ୍ରୀ ବାଟମାରଣା ହୁଏ । ମୂଷା ଖାଇଯିବା ନାଁରେ ବସ୍ତା ପିଛା ୫କେଜି କଟାଯାଏ ।

ଜେଲ କର୍ତ୍ତୃପକ୍ଷଙ୍କ ସହ ଭିତିରିଆ ସମ୍ପର୍କ ରହିଲେ ସୁବିଧା ମିଳେ । ଯିଏ ଗୁଡ୍ ବୁକରେ ଥିବେ ତାଙ୍କୁ ଭିତରକୁ ଯିବାକୁ ଅନୁମତି ଥାଏ । ୨୦ଟି ଜେଲକୁ ଖାଦ୍ୟ ଯୋଗାଇବା ପାଇଁ ଅନୁମତି ମାଗିଥିଲି । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ସତ୍ତେ୍ୱ କାର୍ୟ୍ୟକାରୀ ହେଉନି । ସେହିପରି ଜେଲରେ ବନ୍ଦୀମାନଙ୍କ ମଧ୍ୟରେ ନିର୍ବାଚନ ହୁଏ । ଗୋଦାମରୁ ଖାଦ୍ୟ ଆଣିବା ପ୍ରକ୍ରିୟା କରନ୍ତି ବନ୍ଦୀ । ଆଉ ସବୁଠୁ ବଡ କଥା ହେଉଛି, ୩୦ରୁ ୪୦ବର୍ଷ ବିତରେ ଜେଲରେ ସଂସ୍କାର ଆସିଛି । କଏଦୀ ମାନଙ୍କ ପାଇଁ ଫାନ୍, ଟିଭି ବ୍ୟବସ୍ଥା ରହିଛି ।