କନକ ବ୍ୟୁରୋ : କ୍ରିକେଟରେ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ତାଙ୍କ ଅନ୍ତର୍ଜାତୀୟ କ୍ୟାରିଅରରେ ବୋଧେ ସମସ୍ତଙ୍କ ରେକର୍ଡ ଭାଙ୍ଗି ସାରିଛନ୍ତି । ଏହାସହ ସମ୍ପତ୍ତି ଓ ସମ୍ମାନ କମାଇବାରେ ବି ସେ କୌଣସି ସେଲିବ୍ରେଟିଙ୍କ ଠାରୁ କମ ନୁହଁନ୍ତି । ସଚିନ ହେଉଛନ୍ତି ବିଶ୍ୱର ସବୁଠାରୁ ଧନୀ କ୍ରିକେଟର । ଏହି କ୍ରମରେ ଯଦି ଆପଣ ତାଙ୍କ ଘର କଥା ଭାବିବେ ତେବେ କେତେ ବିଳାସପୂର୍ଣ୍ଣ ହୋଇଥିବ ତାଙ୍କ ଘର ।
ପଶ୍ଚିମ ବାନ୍ଦ୍ରାର ପେରୀ ଫ୍ରାଂସ ରୋଡ ଠାରେ ରହିଛି ସଚିନ ତେନ୍ଦୁଲକରଙ୍କ ଘର । ଏହି ଘରେ ସଚିନ ପୁରା ପରିବାର ସହ ରହିଥାନ୍ତି । ୨୦୦୭ ମସିହାରେ ମାଷ୍ଟର ବ୍ଲାଷ୍ଟର ଏହି ଘରକୁ ୩୯ କୋଟି ଟଙ୍କାରେ କିଣିଥିଲେ ।
ସଚିନଙ୍କର ଏହି ଘର ମୋଟ ୬ ହଜାର ବର୍ଗଫୁଟର ହୋଇଥିବା ବେଳେ ଏବେ ଏହାର ବଜାରମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।
ଫଟୋ ଦେଖବା ପରେ ଆପଣ ଅନୁମାନ କରିପାରୁଥିବେ ଯେ ଏହି ଘରର ଭିତର ଡିଜାଇନ ଓ ଫର୍ନିଚର କେତେ ମହଙ୍ଗା ହୋଇଥିବ । ଏହି ଘରେ ସଚିନ ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ପାର୍କିଂ ଠାରୁ ସ୍ୱିମିଂପୁଲ, ବେଡରୁମ ଠାରୁ ମିଟିଂ ହଲ ସବୁ ଏକ ନୂଆ ଅନ୍ଦାଜରେ ନିର୍ମାଣ କରିଛନ୍ତି ସଚିନ ।
ଘରେ ଅନେକ ପ୍ରକାର ଚଟାଣ ସହ ଦୁଇଟି ବେସମେଣ୍ଟ ରହିଛି । ଏହାସହ ଏକ ସୁନ୍ଦର ବଗିଚା ପ୍ରସ୍ତୁତ କରିଛନ୍ତି ମାଷ୍ଟର ବ୍ଲାଷ୍ଟର । ଏହି ବଗିଚାରେ ଦୁନିଆର ଅନେକ ଦୁର୍ଲ୍ଲଭ ଫୁଲ ଓ ଅନ୍ୟ ଗଛ ଦେଖିବାକୁ ମିଳିଥାଏ ।
ବାସ୍ତବ ଜୀବନରେ ସଚିନଙ୍କ ଠାରୁ ତାଙ୍କ ପରିବାର ସମସ୍ତ ସଦସ୍ୟ ବେସ୍ ଧର୍ମ ବିଶ୍ୱାସୀ । ଏଣୁ ସେ ତାଙ୍କ ଘରର ଏକ ବଡଭାଗ ଭଗବାନ ଓ ମନ୍ଦିର ପାଇଁ ସମର୍ପିତ କରିଛନ୍ତି ।