କନକ ବ୍ୟୁରୋ: ଓଡ଼ିଆ ସିନେମା ଦମନ’ଦେଖି ଖୁବ ଖୁସି ହୋଇଛନ୍ତି ଆଶ୍ରମର ଅନ୍ତେବାସୀ । ସାରାରାଜ୍ୟରେ ଚହଳ ସୃଷ୍ଟି କରିଥିିବା ଓଡ଼ିଆ ଫିଲ୍ମ ଦମନ’ ଦେଖିବାକୁ ଯାଇଥିଲେ ଆଶ୍ରମ ଅନ୍ତେବାସୀ । ଦୀର୍ଘ ଦିନରେ ଏହିଭଳି ଏକ ମୌଳିକ କାହାଣୀ ନେଇ ପ୍ରସ୍ତୁତ ହୋଇଛି ଦମନ’ । ଏହି ଫିଲ୍ମ ପାରଳାଖେମୁଣ୍ଡିର ଯୁବକ ତଥା ଇଂଜିନିୟର ଦେବୀ ପ୍ରସାଦଙ୍କୁ ବେଶ ପ୍ରଭାବିତ କରିଥିଲା । ଆଉ ଏହି ଖୁସିକୁ ସେ ବାଣ୍ଟିଥିଲେ ଅନାଥ ଆଶ୍ରମର ପିଲାଙ୍କ ସହିତ । ନବଜୀବନ ଆଶ୍ରମର ପିଲାମାନଙ୍କ ସହିତ ମୁଭି ଦମନ ଦେଖିଥିଲେ । ଦୁର୍ଗମ ଅଞ୍ଚଳରେ ସେବା ମନୋଭାବ ରଖିଥିବା ଡାକ୍ତର କିଭଳି ଚିକିତ୍ସା । ସେବା ଯୋଗାଉଛନ୍ତି ତାହା ଏଥିରେ ଦେଖାଯାଇଛି । ଦିନକୁ ଦିନ ଓଡ଼ିଆ ଫିଲ୍ମର ମାନ କମୁଥିବା ବେଳେ ଭିନ୍ନ ଏହି ଦମନ’ ଫିଲ୍ମ ଦେଖିବା ସହ ପିଲାମାନଙ୍କୁ ବି ଦେଖାଇଛନ୍ତି ସେ ।
୮୩ ଜଣ ଅନ୍ତେବାସୀଙ୍କୁ ନେଇ ସିନେମା ହଲ୍ ଯାଇଥିଲେ । ଯଦିଓ ଆଶ୍ରମ ଗୁଡିକରେ ପିଲାମାନଙ୍କୁ ରହିବାରୁ ନେଇ ଖାଇବା ପିଇବା ଆଦି ଦିଆଯାଉଛି । ହେଲେ ସେମାନଙ୍କୁ ଅନ୍ୟ ସୁବିଧାରୁ ବଞ୍ଚିତ କରାଯାଉଛି । ସେମାନଙ୍କ ମନୋରଞ୍ଜନ ପାଇଁ ଏହିଭଳି କିଛି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଦେଖାଇ ପାରିଲେ ସେମାନ ବହୁତ କିଛି ଶିଖିପାରିବେ । ଏନେଇ ବିଭିନ୍ନ ସ୍ତରରୁ କିଛି ନା କିଛି ପ୍ରୟାସ ହେବା ଦରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/15-11.jpg)