ଆହତ କହିଲେ ଦୁର୍ଘଟଣାର ଛାତିଥରା କାହାଣୀ । କହିଲେ କାହିଁକି ଓଭରବ୍ରିଜରୁ ଖସିପଡ଼ିଥିଲା ବସ୍ ।

2,721

କନକ ବ୍ୟୁରୋ: କିପରି ହେଲା ଏହି ଭୟଙ୍କର ବସ୍ ଦୁର୍ଘଟଣା । ଯାଜପୁର ଦୁର୍ଘଟଣାର କାହାଣୀ କହିଛନ୍ତି ବସରେ ଥିବା ଯାତ୍ରୀ । ସେ କହିଛନ୍ତି, ବସଟି ଦ୍ରୁତ ଗତିରେ ଥିଲା । ଦ୍ରୁତ ଗତିରେ ଥିବା ବସଟି ଓଭରବ୍ରିଜରେ ଥିବା ଲାଇଟ୍ ପୋଷ୍ଟକୁ ମାଡ଼ ହୋଇଥିଲା । ଏହା ପରେ ବସଟି ଓଭରବ୍ରିଜ୍ ତଳକୁ ଖସିପଡ଼ିଲା ।

ବସର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବା ସେ ସନ୍ଦେହ କରୁଛନ୍ତି । ଗତକାଲି ରାତି ପାଖାପାଖି ସାଢେ ୮ଟା ବେଳେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ତୁରନ୍ତ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥଲେ । ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ବସ୍ ତଳେ ଯାତ୍ରୀ ଚାପି ହୋଇଥିବା ଆଶଙ୍କାରେ ବସଟିକୁ ଉଠାଇବାକୁ ୫ଟି କ୍ରେନ୍ର ସହାୟତା ନିଆଯାଇଥିଲା ।