ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଖାଦେଲାଣି ଜଳ ସଂକଟ: ସ୍ୱଳ୍ପ ବର୍ଷା ଯୋଗୁଁ କମୁଛି ଜଳଭଣ୍ଡାରର ଜଳସ୍ତର

222

କନକ ବ୍ୟୁରୋ: ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଖା ଦେଲାଣି ଜଳସଙ୍କଟ।ଚାଷୀମୁଣ୍ଡରେ ଚିନ୍ତା ଘାରିଲାଣି। ଇନ୍ଦ୍ରାବତୀ ପ୍ରକଳ୍ପର ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଥିବା ବେଳେ। ଜଳସେଚନରେ ଅନେକ ବ୍ଳକ ଶସ୍ୟଶ୍ୟାମଳ ହୋଇଛି। କିନ୍ତୁ ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳ ସଂରକ୍ଷଣ ୬୩୪ ମିଟର ପହଞ୍ଚିଥିଲା। ଆଗାମୀ ରବି ଜଳସେଚନ ପାଇଁ ଜଳ ସଙ୍କଟ ଦେଖାଦେବାରୁ ଖରିଫ ଜଳସେଚନ ବନ୍ଧ ପରେ ଓ ଏଚ୍ପିସିଗତ ନଭମ୍ବର୧୫ରୁ ବିଦ୍ୟୁତ ଉତ୍ପାଦ ଜାନୁଆରୀ ୬ ତାରିଖ ପର୍ୟ୍ୟନ୍ତ ଵନ୍ଧ ରହିଵ ବୋଳି ମୂଖିଗୁଡା ଓଏଚ ପି ସି ସୁଚନା ଦେଇଛନ୍ତି। ଅନ୍ୟପଟେ ଜଳସ୍ତର କମଥିବାରୁ ରବିଚାଷ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

କଳାହାଣ୍ଡି ଜିଲ୍ଲାର ଜୀବନ ରେଖା କୁହାଯାଇଥିବା ଇନ୍ଦ୍ରାବତୀ ଜଳଭଣ୍ଡରକୁ କମୁଛି ଜଳ ପ୍ରବାହ । ଜଳଭଣ୍ଡାର ଜଳସ୍ତର ଖସିବାରୁ ବନ୍ଦ ରହିଛି ବିଦ୍ୟୁତ୍ ଉତ୍ପାଦନ, ପ୍ରଭାବିତ ହୋଇପାରେ ରବି ଚାଷ । ଇନ୍ଦ୍ରାବତୀ ଜଳଭଣ୍ଡାର ପୋଡାଗଡ, କପୁର ଓ ମୁରାନ ଡ୍ୟାମକୁ ନେଇ ମୋଟ୍ ପରିସୀମା ୨,୬୩୦ ବର୍ଗ କିଲୋମିଟର । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ଥିବା ବେଳେ ଏ ବର୍ଷ ବର୍ଷା ଦିନେ ୬୩୪ ମିଟର ଜଳ ସଂଗୃହୀତ ହୋଇଥିଲା । ଖରିଫ ଚାଷ ବେଳେ ଜଳସ୍ତର ୬୩୧.୩୧ ମିଟରକୁ ଖସି ଯାଇଛି । ତେଣୁ ନଭେମ୍ବର ୧୫ରୁ ଇନ୍ଦ୍ରାବତୀରେ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଛି । ବିଜୁଳି ଉତ୍ପାଦନ ବନ୍ଦ ରହିଥିଲେ ବି ଆଗାମୀ ରବି ଚାଷ ପ୍ରଭାବିତ ହେବାର ଆଶଙ୍କା କରିଛନ୍ତି ଚାଷୀ ।

ଇନ୍ଦ୍ରାବତୀ ପ୍ରକଳ୍ପରୁ ଦୈନିକ ୬୦୦ ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୁଏ । ଏହାଦ୍ୱାରା ୫୦ ହଜାରରୁ ଅଧିକ ଉପଭୋକ୍ତା ଉପକୃତ ହେଉଛନ୍ତି । ମଙ୍ଗଳପୁର ହାତୀ ବ୍ୟାରେଜ ଜଳଭଣ୍ଡାରର ବାମ, ଦକ୍ଷିଣ କେନାଲ ଓ ଉଠା ଜଳସେଚନ ଦ୍ୱାରା ଜୟପାଟଣା, କଲମପୁର, କୋକସରା, ଧର୍ମଗଡ, ଜୁନାଗଡ, ଗୋଲମୁଣ୍ଡା ଓ ଭବାନୀପାଟଣା ବ୍ଲକର ୪୨୪ଟି ଗାଁର ଚାଷ ଜମି ଜଳସେଚିତ ହୁଏ । କିନ୍ତୁ ଚଳିତ ବର୍, ନିଅଂଟିଆ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର କମିବା ଆଗକୁ ଚାଷ କ୍ଷେତ୍ରରେ ଉକ୍ରଟ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା କରାଯାଉଛି । ତେବେ ରବି ଚାଷ ପାଇଁ ପ୍ରଥମ ପର୍ଯ୍ୟାୟରେ ଇନ୍ଦ୍ରାବତୀ ବାମ କେନାଲର ୩୨ କିଲୋମିଟର ପର୍ଯ୍ୟନ୍ତ ପାଣି ଛାଡିବାକୁ ନିଷ୍ପତି ହୋଇଛି । ଏହାକୁ ତଳମୁଣ୍ଡ ଚାଷୀ ତାତି ଉଠିବା ସହ ଆଗକୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଇନ୍ଦ୍ରାବତୀ ଜଳଭଣ୍ଡାର ନବରଙ୍ଗପୁର, ରାୟଗଡା ଆଦି ଜିଲ୍ଲାର ବର୍ଷା ଉପରେ ନିର୍ଭର କରେ । କିନ୍ତୁ ଚଳିତ ବର୍ଷ ଏହି ସବୁ ଜିଲ୍ଲାରେ ବର୍ଷା କମ ହେବାରୁ ଇନ୍ଦ୍ରାବତୀର ଜଳସ୍ତର କମି ଯାଇଛି ।