ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ: ପଦକରେ ଶତକ ମାରିଲେ ଭାରତୀୟ ଖେଳାଳି

1,038

କନକ ବ୍ୟୁରୋ: ଚୀନର ହହାଙ୍ଗଝୌରେ ଇତିହାସ ରଚିଛି ଭାରତ । ଏସିଆନ୍ସ ଗେମ୍ସରେ ପଦକରେ ଶତକ ମାରିଛନ୍ତି ଭାରତୀୟ ଖେଳାଳି । ଏସୀୟ କ୍ରିଡାରେ ଏହା ହେଉଛି ଭାରତର ସବୁଠୁ ବଡ଼ ରେକର୍ଡ । ଏହା ପୂର୍ବରୁ ଭାରତ କେବେବି ଏତେ ସଂଖ୍ୟକ ପଦକ ପାଇନଥô୍ଲା । ୨୦୧୮ ଜାକର୍ତାରେ ହୋଇଥିବା ଏସିଆନ ଗେମ୍ସରେ ଭାରତ ସର୍ବାଧିକ ୭୦ ପଦକ ପାଇଥିଲା । ୧୯ ତମ ଏସିଆନ ଗେମ୍ସରେ ଭାରତ ସବୁଠୁ ଭଲ ପଦର୍ଶନ କରିଛି । ଶନିବାର ଭାରତର ମହିଳା କବାଡି ଟିମ ଏବଂ ପୁରୁଷ କ୍ରିକେଟ ଟିମକୁ ସ୍ୱର୍ଣ୍ଣ ପଦକ ମିଳିଛି । କ୍ରିକେଟରେ ଆଫଗାନିସ୍ଥାନକୁ ହରାଇ ଭାରତ ସ୍ୱର୍ଣ୍ଣ ଜିତିଥିବା ବେଳେ କବାଡିରେ ଚାଇନିଜ୍ ତାଇପେକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ ।

ଭାରତୀୟ ଖେଳାଳି କେବଳ ପଦକରେ ଶତକମ ମାରିନାହାଁନ୍ତି ସ୍ୱର୍ଣ୍ଣ ପଦକ ହାସଲ କରିବାରେ ମଧ୍ୟ ରେକର୍ଡ କରିଛନ୍ତି । ପ୍ରଥମ ଥର ପାଇଁ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକରେ କ୍ୱାଟର ସେଚୁରୀ ମାରିଛି ଭାରତ । ଶନିବାର ତୀରନ୍ଦାଜୀରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ଖେଳାଳି । ତୀରନ୍ଦାଜୀରେ ମହିଳା ଇଭେଂଟରେ ଜ୍ୟୋତି ସୁରେଖାଙ୍କୁ ଏବଂ ପୁରୁଷ ଇଭେଂଟରେ ଓଜାସ ପ୍ରବୀଣ ସ୍ୱର୍ଣ୍ଣ ଜିତିଛନ୍ତି । ୨୮ ସ୍ୱର୍ଣ୍ଣ ଏବଂ ୩୮ ରୌପ୍ୟ, ୪୧ ବ୍ରୋଞ୍ଜ ପଦକ ସହ ମୋଟ ୧୦୭ ପଦକ ସହ ଏସିଆ କ୍ରୀଡାର ଅଭିଯାନ ଶେଷ କରିଛି ଭାରତ । ଭାରତୀୟ ଖେଳାଳିଙ୍କ ଚମତ୍କାର ପଦର୍ଶନ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଭାରତର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଖୁସୀରେ ବିଜେପି ପକ୍ଷରୁ ବଭିନ୍ନ ସ୍ଥାନରେ ଉସବ ପାଳନ କରାଯାଇଛି ।

ଏଥର ଭାରତ ଗତ ଗତ ଏସିଆନ ଗେମ୍ସ ତୁଳନାରେ ୩୭ଟି ଅଧିକ ପଦକ ଜିତିଛି । ଆଗାମୀ ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା ଆହୁରୀ ବଢିବ ବୋଲି ଆଶା ରହିଛି ।