ସ୍ୱଦେଶ ଫେରିବେ ଭାରତୀୟ । ଆଇନଏସର ‘ଅପରେସନ୍ ସମୁଦ୍ର ସେତୁ’, ଜଳଶ୍ୱା ଜାହାଜରେ ଜଳପଥ ଦେଇ ଫେରିବେ ପ୍ରବାସୀ ଭାରତୀୟ ।

323

କନକ ବ୍ୟୁରୋ: ସ୍ୱଦେଶ ଫେରିବେ ପ୍ରବାସୀ ଭାରତୀୟ । ମାଲଦୀପରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ । କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅପରେସନ୍ ସମୁଦ୍ର ସେତୁ । ଦୀପାଂଚଳରେ ଫସିଥିବା ବ୍ୟକ୍ତିଙ୍କୁ ଆଣିବା ପାଇଁ ମାଲଦ୍ୱୀପ ଅଭିମୁଖେ ଯାତ୍ରା କରିଛି ଭାରତୀୟ ନୈସେନାର ଜାହାଜ । ଅପରେସନ୍ ସମୁଦ୍ର ସେତୁ ସାମିଲ ହୋଇଥିବା ନୌସେନାର ଜାହୟ ଆଇଏନଏସ୍ ଜାଲ୍ଶ୍ୱାକୁ ଆଜି ମାଲଦ୍ୱୀପ ପଠାଯାଇଛି ।

କରୋନା ଭୂତାଣୁ ସାରା ବିଶ୍ୱକୁ ଆତଙ୍କିତ କରିଥିବା ବେଳେ ସେଠାରେ ୧୦୦୦ରୁ ଅଧିକ ଭାରତୀୟ ଫଶି ରହିଛନ୍ତି । ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବା ସବ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଛନ୍ତି କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି ଜଳସେନା ମୁଖପାତ୍ର ବିବେକ ମଧୱାଲା । ଅପରେସନ ସମୁଦ୍ର ସେତୁର ପ୍ରଥମ ପର୍ଯ୍ୟାୟରେ ଆଇଏନଏସ୍ ଜାଲ୍ଶ୍ୱା ଜାହାଜକୁ ସମୁଦ୍ର ପଥରେ ପଠାଯାଇଛି । ଏହା ମେ ୧୦ ତାରିଖରେ ମାଲଦ୍ୱୀପରେ ପହଂଚିବ ।

ସବୁଠାରୁ ବଡ଼ କଥା ହେଲା, ଏହି ଜାହାଜରେ ଏକା ଥକରେ ହଜାରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ତେବେ ଜାହାଜରେ ସାମଜିକ ଦୂରତା ରକ୍ଷା କରି ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରାଯିବ ବୋଲି ଜଳସେନା ପକ୍ଷରୁ କୁହାଯାଇଛି ।