ଚୀନ ସେନାକୁ ରୋକିବା ପାଇଁ ଭାରତୀୟ ସେନାର କଡା ନିର୍ଦ୍ଦେଶ : ମୁତୟନ ହୋଇଥିବା ଯବାନଙ୍କୁ ଶୃଙ୍ଖଳା ସହ ପ୍ରତିପକ୍ଷ ଉପରେ ନଜର ରଖିବାକୁ କମାଣ୍ଡର କହିଲେ ଅଧିକାରୀ ; ସୀମାରେ ସମର ସଜା କରୁଛି ଚୀନ, ମୁକାବିଲା ପାଇଁ ଭାରତ ପ୍ରସ୍ତୁତ

311

କନକ ବ୍ୟୁରୋ : ଭାରତ-ଚୀନ ସୀମାରେ ମାଡି ଆସୁଥିବା ଚୀନ ସେନାକୁ ରୋକିବା ପାଇଁ ଭାରତୀୟ ଯବାନମାନେ ସତର୍କ ରୁହନ୍ତୁ । କୌଣସି ପରିସ୍ଥିତିରେ ବି ଚୀନର ସୈନିକମାନଙ୍କୁ ଆଗକୁ ବଢିବାକୁ ନଦିଆଯାଉ । ଭାରତୀୟ ସେନା ପକ୍ଷରୁ ମୁତୟନ ହୋଇଥିବା ଯବାନମାନଙ୍କୁ ଏହି ନିର୍ଦ୍ଦେଶ ଜାରି ହୋଇଛି । ଭାରତୀୟ ସୀମାର ରକ୍ଷା କରୁଥିବା ସମୟରେ ଭାରତୀୟ ଯବାନମାନେ ଶୃଙ୍ଖଳା ରକ୍ଷା କରିବା ପାଇଁ କୁହାଯାଇଛି । ସେହିପରି ସୀମାରେ ପାଟ୍ରୋଲିଂ ସମୟରେ ଅଧିକ ସୈନ୍ୟବଳ ଦେଖାଇବା କିମ୍ବା ଶକ୍ତିର ଅଧିକ ବ୍ୟବହାର କରିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଥିବା ସରକାରୀ ସୁତ୍ରରୁ ଏଏନଆଇକୁ ସୂଚନା ମିଳିଛି ।

ତିବ୍ଦତରେ ନିଜ ଅଂଚଳ ଭିତରେ ଚାଇନାର ସେନା ଫାୟାରିଂର ଅଭ୍ୟାସ ଜାରି ରଖିଛନ୍ତି । ଲାଦାଖରୁ ଅରୁଣାଚଳ ପ୍ରଦେଶ ସୀମୀରେ ଏହାର ଶବ୍ଦ ଶୁଣିବାକୁ ମିଳୁଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚାଇନା ସେନା ଟ୍ୟାଙ୍କ ଏବଂ ଆର୍ଟିଲେରୀ ସହିତ ପାଖାପାଖି ୫୦ ହଜାର ସୈନ୍ୟ ମୁତୟନ କରିଛି ।