ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ । ଦୁଇ ଓଡ଼ିଆଙ୍କୁ ମିଳିଲା ଟୋକିଓ ଟିକେଟ ।

ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ । ଦୁଇ ଓଡ଼ିଆଙ୍କୁ ମିଳିଲା ଟୋକିଓ ଟିକେଟ ।

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇଲେ ଆଉ ଦୁଇ ଓଡ଼ିଆ । ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ଆଉ ଏହି ଟିମରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । କେବଳ ଏତିକି ନୁହେଁ ଟୋକିଓ ଅଲମ୍ପିକ୍ସରେ ଡେବ୍ୟୁ କରିବେ ଅନେକ ଯୁବ ହକି ତାରକା ।

୧୬ ଜଣିଆ ଟିମରେ ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ହୋଇଛନ୍ତି । ଏହି ଖେଳାଳିଙ୍କୁ ନେଇ ଟୋକିଓ ଅଲମ୍ପିକ୍ସକୁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ ।

ଭାରତୀୟ ପୁରୁଷ ହକି ଦଳ ଘୋଷଣା ହେବା ପରେ ଅଲମ୍ପିକ୍ସରେ ଭଲ ପ୍ରଦଶର୍ନ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଖାସକରି ଦଳରେ ଦୁଇ ଓଡ଼ିଆ ପୁଅଙ୍କୁ ସ୍ଥାନ ମିଳିଥିବାରୁ ଓଡ଼ିଶାରେ ମଧ୍ୟ ଖୁସିର ଲହର ଖେଳିଯାଇଛି । ଏହାପୂର୍ବରୁ ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଥିବା ଭାରତୀୟ ମହିଳା ହକି ଟିମରେ ଦୀପଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe