ମିସବାଙ୍କୁ ଶେଷ ଓଭର ପକାଇବାକୁ ଡରୁଥିଲେ ଭାରତୀୟ ବୋଲର: ୨୦୦୭ ବିଶ୍ୱକପକୁ ନେଇ ସୋଏବଙ୍କ ବୟାନ

1,136

କନକ ବ୍ୟୁରୋ: ୨୦୨୨ ଟି-୨୦ ବିଶ୍ୱକପ ତାର ବିଶ୍ୱ ବିଜେତାକୁ ପାଇ ସାରିଛି । ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଶ୍ୱ ବିଜୟୀ ହୋଇଛି । ତେବେ ଏହାରି ଭିତରେ ୨୦୦୭ ବିଶ୍ୱକପକୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ । ସେ କହିଛନ୍ତି କି, ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ମିସବା ଉଲହକଙ୍କୁ ଶେଷ ଓଭର ବୋଲିଂ କରିବାକୁ ଡରିଯାଇଥିଲେ ଭାରତୀୟ ବୋଲର । ତାଙ୍କୁ ବୋଲିଂ କରିବାକୁ କେହି ଭାରତୀୟ ବୋଲର ରାଜି ହୋଇନଥିଲେ । ପାକିସ୍ତାନର ଏକ ଟିଭି ଚ୍ୟାନେଲର ଏକ ସୋରେ ଏଭଳି କହିଥିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ।

ସେ କହିଥିଲେ କି, ମୁଁ କାହା ନାଁ ନେବାକୁ ଚାହୁଁନି । କି କାହାକୁ ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ ଶେଷ ଓଭର ବାକି ଥାଏ । ଭାରତର ସମସ୍ତ ବୋଲରଙ୍କ ଆଉ ଗୋଟିଏ ଗୋଟିଏ ଓଭର ବାକି ଥାଏ । ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସମସ୍ତଙ୍କୁ ପଚାରିଥିଲେ ହେଲେ ଶେଷ ଓଭର ପକାଇବାକୁ । ହେଲେ ସମସ୍ତେ ମନା କରିଦେଇଥିଲେ । ମିସବାଙ୍କୁ ବୋଲିଂ କରିବାକୁ ଡରିଯାଇଥିଲେ ଭାରତୀୟ ବୋଲର । କାରଣ ସେ ମୈଦାନରେ ବଡ ବଡ ସଟ୍ ଖେଳୁଥିଲେ । ଯଦି ତାହା ଶେଷ ଓଭର ହୋଇନଥାନ୍ତା । ଯଦି ତାହା ଶେଷ ୱିକେଟ ହୋଇନଥାନ୍ତା ତେବେ ସେ ସେମିତି ଯମା ଖେଳିନଥାନ୍ତେ ।

୨୦୦୭ ପ୍ରଥମ ଟି-୨୦ ବିଶ୍ୱକପ । ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଫାଇନାଲ ମ୍ୟାଚ । ଏଥିରେ ଟିମ ଇଣ୍ଡିଆର ଅଧିନାୟକ ଥାନ୍ତି ମହେନ୍ଦ୍ର ସିଂ ଧୋନୀ ଆଉ ପାକିସ୍ତାନର ଅଧିନାୟକ ସୋଏବ ମଲ୍ଲିକ । ଏହି ମ୍ୟାଚରେ ଶେଷ ଓଭରରେ ୧୩ ରନ ଥାଏ ଜିତିବାକୁ । ସାମ୍ନାରେ ଥାନ୍ତି ସେଟ ବ୍ୟାଟ୍ସମ୍ୟାନ ମିସବା ଉଲହକ । ବୋଲିଂ କରିବାକୁ ଆସିଥାନ୍ତି ଯୋଗିନ୍ଦର ସିଂ । ଛକା ମାରିବା ପ୍ରୟାସରେ ୱିକେଟ ପଛପଟେ ଶ୍ରୀସାନ୍ଥଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ ମିସବା । ଆଉ ୫ ୱିକେଟରେ ଜିତି ଭାରତ ୨୦୦୭ରେ ପ୍ରଥମ ଥର ଟି-୨୦ ବିଶ୍ୱକପ ହାତେଇଥିଲା ।

୨୦୦୭ ପରଠୁ ଭାରତ କେବେବି ଟି-୨୦ ବିଶ୍ୱକପ ଜିତିବାରେ ସଫଳ ହୋଇପାରିନି । ଚଳିତ ବର୍ଷ ସୁଯୋଗ ଥିଲେ ବି ଦଳ ସେମିଫାଇନାଲରୁ ବିଦା ହୋଇ ଘରକୁ ଆସିଛି । ଦଳ ଭଲ ପ୍ରଦର୍ଶନ କରି ସେମିଫାଇନାଲକୁ ଯାଇଥିଲେ ବି, ସେମିରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା । ତେବେ ଭାରତ ପରାଜୟ ପରେ ଦଳକୁ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି । ତେବେ ଆଗାମୀ ଦିନରେ ଭାରତ ଆଇସିସି ଟ୍ରଫି ହାତେଇବାକୁ କି ରଣନୀତି ଆପଣଉଛି ତା ଉପରେ ରହିଛି ନଜର ।