ଆଜିଠାରୁ ଭାରତୀୟ ସେନାର ଶକ୍ତି ପୂର୍ବଠାରୁ ମଧ୍ୟ ଦୁଇଗୁଣା ହୋଇଯିବ । କେନ୍ଦ୍ରୀୟ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ୍ ଶୁକ୍ରବାର ୯ ବଜ୍ର ଏବଂ ଏମ୍ ୭୭୭ ହୋବିଜ୍ୱର ସମେତ ନୂତନ ତୋପ ଏବଂ ଅନ୍ୟ ବିସ୍ଫୋଟକ ଉପକରଣକୁ ତୋପଖାନାରେ ସାମିଲ କରିବାକୁ ଯାଉଛନ୍ତି । ରକ୍ଷା ମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବାନୁସାରେ ନାସିକରେ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି । ୨୦୨୦ ବେଳକୁ ୪,୩୬୬ କୋଟି ଟଙ୍କାର ଶହେର ୯ ବଜ୍ର ତୋପର ତୋପଖାନାରେ ସାମିଲ କରିଦିଆଯିବ ।
ପ୍ରଥମଥର ପାଇଁ ଭାରତରେ ସ୍ୱଦେଶୀ ୯ ବଜ୍ରର ପ୍ରଥମ ରେଜିମେଣ୍ଟର ଆରମ୍ଭ କରାଯାଉଛି । ସ୍ୱଦେଶୀ ତୋପ ମଧ୍ୟରେ ଏହା ପ୍ରଥମ । ଏହି ତୋପ ୨୮ ରୁ ୩୮ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କରିବାର ସକ୍ଷମ ରଖିଥାଏ । ଏହି ତୋପ ତିନି ସେକେଣ୍ଡ ମଧ୍ୟରେ ଅନବରତ ତିନି ରାଉଣ୍ଡ ଗୋଳାବାରୀ କରିବାରେ ସକ୍ଷମ ହୋଇଥାଏ ଏବଂ ତିନି ମିନିଟରେ ୧୫ ରାଉଣ୍ଡ ଗୋଳାବାରୀ କରିପାରେ ଏବଂ ୬୦ ମିନିଟରେ ଲଗାତାର ୬୦ ରାଉଣ୍ଡର ଫାୟାରିଙ୍ଗ୍ କରିପାରେ ।
ଏହାଛଡା ସେନା ମୋଟ ୧୪୫ ଏମ୍ ୭୭୭ ହୋବିଜ୍ୱର ତୋପ ସହ ରେଜିମେଣ୍ଟ୍ କରିବ । ୨୦୧୯ ମସିହା ଅଗଷ୍ଟ ମାସର ପ୍ରାରମ୍ଭରେ ୫ ଟି ତୋପ ସେନାକୁ ପ୍ରଦାନ କରାଯିବ । ଏହି ପ୍ରକ୍ରିୟା ପୁରା ହେବା ପାଇଁ ୨୪ ମାସ ସମୟ ଲାଗିବ । ପ୍ରଥମ ରେଜିମେଣ୍ଟ୍ ଆସନ୍ତା ବର୍ଷ ଅକ୍ଟୋବର ମାସରେ ପୁରା କରାଯିବ । ୩୦ କିଲୋମିଟର ଓଜନ କ୍ଷମତାର ଏହି ତୋପ ହେଲିକେପ୍ଟର କିମ୍ବା କୌଣସି ବିମାନ ସାହାର୍ଯ୍ୟରେ ସ୍ଥାନାନ୍ତରିତ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/23THGUN.jpg)
/kanak/media/post_attachments/wp-content/uploads/2018/11/35AA94BF00000578-3660169-image-m-2_1466892882673-300x221.jpg)