କନକ ବ୍ୟୁରୋ : ଭାରତୀୟ ସେନାରେ ଆପ୍ ରୋକିବ ହନି ଟ୍ରାପ୍ । ପାକିସ୍ତାନରୁ ବାରମ୍ୱାର ଭାରତୀୟ ସେନାର ଜବାନ ଓ ଅଫିସରଙ୍କୁ ହନି ଟ୍ରାପ୍ କରି ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରାଯାଉଥିବାରୁ, ଏହା ଉପରେ ରୋକ୍ ଲଗାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ଭାରତୀୟ ସେନା । ଏବେ ସୋସିଆଲ୍ ମିଡିଆ ଆପ୍ ହ୍ୱାଟସ୍ ଆପ୍ ଜରିଆରେ କୌଣସି ତଥ୍ୟ ପଠା ଯିବା ସମୟରେ ଏହାକୁ ହ୍ୟାକ୍ କରି ତଥ୍ୟ ଚୋରି ଅଭିଯୋଗ ଆସୁଥିଲା । ପାକିସ୍ତାନ ମାଟିରେ ରହି ଏହି କାମକୁ ହନିଟ୍ରାପ୍ ଜରିଆରେ କରାଯାଉଥିଲା । ଏବେ ଏହା ଉପରେ ଲାଗିବ ରୋକ୍ । ଭାରତୀୟ ସେନା ପକ୍ଷରୁ ନୂଆ ଆପଲିକେସନ୍ ତିଆରି ଚାଲିଛି ।
ଏହି ଆପଲିକେସନର ନାଁ ସିକ୍ୟୁର ଆପଲିକେସନ୍ ଫର ଇଂଟରନେଟ୍ । ଏହା ଜରିଆରେ ସେନା ଯବାନଙ୍କ ସମ୍ପର୍କିତ ତଥ୍ୟ ଆଦାନ ପ୍ରଦାନ ଅଧିକ ସହଜ ହେବ । ଏନେଇ ଅଧିକ କାମ ଚାଲିଛି । ହ୍ୱାଟସ୍ ଆପ୍ ପରି ଆପ୍ ବ୍ୟବହାର ବନ୍ଦ କରି ଏହି ସିକ୍ୟୁର ଆପଲିକେସନ୍ ଫର ଇଂଟରନେଟ୍ କୁ ବ୍ୟବହାର କରାଯିବାକୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ବିଶେଷ କରି ସିକ୍ୟୁର ଆପଲିକେସନ୍ ଫର ଇଂଟରନେଟ୍ ଜରିଆରେ ସେନା ସମ୍ପର୍କିତ ହନିଟ୍ରାପ୍ ରୋକିବାକୁ ଉଦ୍ୟମ କରାଯାଇଥିବା କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/24-24.jpg)