କରୋନା କାଳରେ ସାରା ଭାରତରେ ଓଡିଶାର ଲୋକ ସବୁଠୁ ବେଶି ଦୁଃଖୀ । ଇଣ୍ଡିଆ ହାପିନେସ ରିପୋର୍ଟ ୨୦୨୦ରେ ପ୍ରକାଶ ପାଇଲା ତଥ୍ୟ । ତାଲିକାର ଶୀର୍ଷରେ ମିଜୋରାମ ଓ ତାଲିକାର ୩୪ ତମ ସ୍ଥାନରେ ରହିଛି ଓଡିଶା

1,165
କନକ ବ୍ୟୁରୋ : ଇଣ୍ଡିଆ ହାପିନେସ ରିପୋର୍ଟ ୨୦୨୦ର ତାଲିକା ପ୍ରକାଶ ପାଇଛି । ଏହି ହାପିନେସ ତାଲିକାରେ ଓଡିଶା ୩୪ତମ ସ୍ଥାନରେ ରହିଛି । ସେହିପରି ରିପୋର୍ଟ ତାଲିକାର ପ୍ରଥମରେ ମିଜୋରାମ, ଦ୍ୱିତୀୟରେ ପଂଜାବ ଓ ତୃତୀୟ ସ୍ଥାନରେ ରହିଛି ଆଣ୍ଡାମାନ ଓ ନିକୋବର । ପ୍ରଫେସର ରାଜେଶ କେ. ପିଲାନିଆ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନେଇ ଏକ ଗବେଷଣା କରିଥିଲେ ।
କରୋନା କାଳରେ କିଏ କେତେ ଖୁସି । ଏନେଇ ଦେଶର ପ୍ରମୁଖ ମ୍ୟାନେଜମେଂଟ ଷ୍ଟ୍ରାଟେଜିଷ୍ଟ ଏକ୍ସପର୍ଟ ରାଜେଶ କେ. ପିଲାନିଆ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନେଇ ଏକ ଗବେଷଣା କରିଛନ୍ତି । ୨୦୨୦ ମାର୍ଚ୍ଚରୁ ସର୍ଭେ କରାଯାଇଛି । ସାରା ଭାରତରୁ ୧୬ ହଜାର ୯୫୦ ବ୍ୟକ୍ତିଙ୍କୁ ସାମିଲ କରାଯାଇିଲା ।ପ୍ରକୃତରେ କେଉଁ ରାଜ୍ୟ କେତେ ଖୁସି ଅଛନ୍ତି ଖୁସିର ୬ଟି ମାନଦଣ୍ଡକୁ ନେଇ ସଜ୍ସେ କରାଯାଇଥିଲା । ଏକ କେମିତି କାର୍ଯ୍ୟ କରୁଛନ୍ତି, ସ୍ୱାସ୍ଥ୍ୟ, ସଂପର୍କ, ଧାର୍ମିକ ତଥା ଆଧ୍ୟାତ୍ମିକ, କୋଭିଡ ପ୍ରଭାବ ଓ ଅନ୍ୟକୁ ସହଯୋଗ କରିବା ।
ତେବେ ଶୀର୍ଷ ୩ସ୍ଥାନରେ ଥିବା ଲୋକେ କରୋନା ସଂକ୍ରମଣ କାଳରେ ଖୁସିରେ ଅଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ତାଲିକାର ୩୪ତମ ସ୍ଥାନରେ ରହିଛି ଓଡିଶା । ଓଡିଶା ତଳକୁ ରହିଛନ୍ତି ମାତ୍ର ଦୁଇଟି ରାଜ୍ୟ ଉତରାଖଣ୍ଡ ଓ ଛତିଶଗଡ ।