କନକ ବ୍ୟୁରୋ: ଓକିଲ ସଂଘରେ ପଡିଛି ତାଲା । ଏବେ ଓକିଲ ଓ ମହକିଲଙ୍କ ଭେଟ ହେଉଛି ଅସ୍ଥାୟୀ ବାରଣ୍ଡାରେ । କୋର୍ଟ ପରିସର ସମେତ ଓକିଲ ସଂଘର କୋଠାର ରୁପାନ୍ତୀକରଣ ଲାଗି ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ନିର୍ଦ୍ଧାରିତ ସମୟରେ ସଂଘ ଚୁଡାନ୍ତ ନିଷ୍ପତି ନେଇପାରିନଥିଲା । ଫଳରେ ପ୍ରସ୍ତାବକୁ ପ୍ରତ୍ୟାହୃତ କରି ନେଇଛନ୍ତି ମାନ୍ୟବର ହାଇକୋର୍ଟ । ଏପଟେ ସଂଘରେ ପଡିଛି ତାଲା । ଏ ହେଉଛି ବ୍ରହ୍ମପୁରରେ ଥିବା ଗଞ୍ଜାମ ଓକିଲ ସଂଘର କଥା ।

ବ୍ରହ୍ମପୁର ସହରର ମଧ୍ୟ ଭାଗରେ ରହିଛି ଗଞ୍ଜାମ ଜିଲ୍ଲା ଦୌରାଜଜଙ୍କ ଅଦାଲତ । କୋର୍ଟ ପରିସରରେ ଥିବା ଗଞ୍ଜାମ ଓକିଲ ସଂଘର ଶତାୟୁ କୋଠାର ରୁପାନ୍ତରିକରଣ ଲାଗି ମାନ୍ୟବର ଉଚ୍ଚ ନାୟ୍ୟାଳୟ ନିଷ୍ପତି କ୍ରମେ ୨ଟି ପ୍ରସ୍ତାବ ଦେଇଥିଲେ ଜିଲ୍ଲା ଦୈରାଜଜ । ସହରର ଠାରୁ ୨୨କିଲୋମିଟର ଦୂର ଲଉଡି ଗାଁ ଠାରେ ୨୫ଏକର ଜମିରେ ନୂଆ କୋର୍ଟ କ୍ୟାମ୍ପସ ସ୍ଥାପନ ଓ କୋର୍ଟ ପରିସରରେ ଆନୁସଂଗିକ ବ୍ୟବସ୍ଥା ଥାଇ ୫ ମହଲା ବିଶିଷ୍ଟ କୋଠାରେ ମଡେଲ ଜୁଡିସିଆଲ କମ୍ପେକ୍ସ ନିର୍ମାଣ । ତେବେ ଅଦାଲତଙ୍କ ଦ୍ୱିତୀୟ ପ୍ରସ୍ତାବରେ ସଂଘ ରାଜି ହୋଇଥିଲେ ବି ନିର୍ଦ୍ଧାରିତ ସମୟରେ ଚୁଡାନ୍ତ ନିଷ୍ପତି ନେଇପାରିନଥିଲା । ଫଳରେ କୋଠା ରୁପାନ୍ତରିକରଣ ପ୍ରସ୍ତାବକୁ ପ୍ରତ୍ୟାହାର କରି ନେଇଥିଲେ ହାଇକୋର୍ଟ । ଏପଟେ ସଙ୍ଘର ପୁରୁଣା କୋଠାରେ ତାଲା ଝୁଲୁଛି । ତେଣୁ କୋର୍ଟ ପରିସରରେ ଅସ୍ଥାୟୀ କ୍ୟାମ୍ପରେ ବସିବାକୁ ବାଧ୍ୟ ହେଉଛନ୍ତି ଓକିଲ ଓ ମହକିଲ ।

ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି ଓକିଲ ସଂଘ କୋଠାରେ ତାଲା ପଡିବା କାରଣ । ତାଲା ପକାଇବା ନେଇ ହାଇକୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି । କୋର୍ଟ ପରିସରରେ ଓକିଲ ସଂଘ ପାଇଁ ମଡେଲ ଜୁଡିସିଆଲ କମ୍ପେକ୍ସ ନିର୍ମାଣ ଲାଗି ହାଇକୋର୍ଟଙ୍କ ସହ ମୌଖିକ ଆଲୋଚନା ଚାଲିଛି । ସେଥିପାଇଁ ତାଲା ପଡିଥିବା କହିଛନ୍ତି ଓକିଲ ସଂଘର ନବ ନିର୍ବାଚିତ ସଭାପତି । ୧୮୦ବର୍ଷର ପୁରାତନ ଗଞ୍ଜାମ ଓକିଲ ସଂଘରେ ଅଛନ୍ତି ୨ ହଜାରରୁ ଅଧିକ ଆଇନଜୀବୀ । ଏକ ଚତୁର୍ଥାଂଶ ଓକିଲଙ୍କୁ ଛାଡି ଦେଲେ ଅନ୍ୟ ସଦସ୍ୟଙ୍କ ଆର୍ଥିକ ସ୍ଥିତି ସେତେଟା ସ୍ୱଛଳ ନୁହେଁ । ତେଣୁ ସବୁ ବର୍ଗର ଓକିଲଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ସଂଘ ପଦକ୍ଷେପ ନେବା ଜରୁରୀ