- କେତେ ଆୟ କରୁଛନ୍ତି ଓଡ଼ିଶା ଚାଷୀ?
- ଆସିଲା କେନ୍ଦ୍ର ସରକାରଙ୍କ ରିପୋର୍ଟ
ସାରା ଦେଶରେ ଚାଷୀ ଆନ୍ଦୋଳନ ଚାଲିଛି, ଚାଷୀଙ୍କୁ ନେଇ ରାଜନୀତି ଜୋରଦାର ହେଉଛି, ହେଲେ ଚାଷୀଙ୍କ ଆୟ ସେପରି ବଢ଼ୁନି । କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ୱୟ ମନ୍ତ୍ରାଳୟର ରିପୋର୍ଟରୁ ଏହି ତଥ୍ୟ ଆସିଛି । ଓଡିଶା ଚାଷୀଙ୍କର ମାସିକ ଆୟ ମାତ୍ର ୫୧୧୨ ଟଙ୍କା । ଓଡିଶା ଚାଷୀଙ୍କ ଆୟ ଦେଶରେ ଦ୍ୱିତୀୟ ସର୍ବନିମ୍ନ ଆୟ ।
ନଜର ପକାନ୍ତ, ଓଡ଼ିଶା ଚାଷୀଙ୍କ ମାସିକ ଆୟ ଉପରେ –
- ଚାଷୀ ପରିବାରର ହାରାହାରି ଆୟ ୫,୧୧୨ ଟଙ୍କା
- ଫସଲରୁ ଆୟ ୧,୫୫୯ ଟଙ୍କା
- ମଜୁରୀରୁ ମିଳୁଛି ୨,୬୪୯ ଟଙ୍କା
- ଭାଗ ଚାଷରୁ ୨୯ ଟଙ୍କା ମିଳୁଛି
- ପଶୁ ସମ୍ପଦରୁ ୪୧୬ ଟଙ୍କା ମିଳୁଛି
- ଅଣକୃଷି କାର୍ଯ୍ୟରୁ ଚାଷୀ ପରିବାରକୁ ମିଳୁଛି ୪୪୯ ଟଙ୍କା
ରୋଜଗାର ବଢ଼ୁନି, ହେଲେ ଚାଷୀଙ୍କ ଉପରେ ଋଣଭାର ବଢ଼ିବାରେ ଲାଗିଛି । ରିପୋର୍ଟ ଅନୁସାରେ ଓଡ଼ିଶାର ୬୧.୨ ପ୍ରତିଶତ ଚାଷୀ ଋଣଗ୍ରସ୍ତ ଅଛନ୍ତି ଏବଂ ଚାଷୀଙ୍କ ମୁଣ୍ଡ ପିଛା ଋଣ ଭାର ହେଉଛି ୩୨ ହଜାର ୭୨୧ ଟଙ୍କା । ଏହି ରିପୋର୍ଟ, ଆଉ ଏକ ତଥ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ୨୦୧୮-୧୯ରେ ଜଣେ ଚାଷୀ, ଦିନକୁ ଚାଷ କାମରୁ ମାତ୍ର ୨୭ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଛି ।