କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା । ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

567

କନକ ବ୍ୟୁରୋ: ଅନୁଗୁଳର ଟିକରପଡାସ୍ଥିତ ମହାନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ବାଳକର ମୃତ୍ୟୁ ହୋଇଛି । ଏହି ଘଟଣାରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ଏହା ସହିତ ମୃତ ବାଳକର ପରିବାରର ନିକଟତମ ଆତ୍ମୀୟଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ତେବେ ଅନୁଗୁଳ ସାତକୋଶିଆ ଗଣ୍ଡ ନିକଟ ଟିକରପଡ଼ା ଗାଁରେ ମହାନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର । କୁମ୍ଭୀର ଆକ୍ରମଣରେ ଶିଶୁର ମୃତ୍ୟୁ ହୋଇଛି ମୃତକ ସେହି ଗାଁର ସମୀର ନାୟକ । କୁମ୍ଭୀର ଟାଣିନେବା ସମୟରେ ସ୍ଥାନୀୟ ଲୋକେ ଶିଶୁକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ ମଧ୍ୟ ତାର ମୃତ୍ୟୁ ହୋଇଯାଇଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ଟିକରପଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।