କନକ ବ୍ୟୁରୋ : ଭଦ୍ରକ ଆଖୁଆପଦା ନିକଟ ବୈତରଣୀ ନଦୀକୁ ଡେଇଁ ପଡ଼ିଥିବା ବାପା-ଝିଅଙ୍କୁ ଖୋଜାଖୋଜି ଚାଲିଛି । ଆଜି ସକାଳୁ ଦମକଳ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି କରାଯାଉଛି । ଗତକାଲି ରାତିରେ ବୈତରଣୀ ନଦୀକୁ ଡେଇଁପଡ଼ିଥିଲେ ବାଲିପୋଖରୀ ଗାଁର ଚନ୍ଦନ ସାହୁ ଓ ତାଙ୍କ ଅଢେଇ ବର୍ଷର ଝିଅ । ରାତି ସହ ନଦୀର ପାଣି ଅଧିକ ଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଇପାରିନଥିଲା । ଆଜି ସକାଳୁ ଦୁଇ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ଚନ୍ଦନ ୪ ବର୍ଷ ତଳେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ଚନ୍ଦନ ସୁରତର ଏକ ସୂତା ମିଲରେ କାମ କରୁଥିଲେ । ବିବାହ ପରେ ସ୍ୱାମୀ-ସ୍ତ୍ରୀ ସେଠାରେ ରହୁଥିଲେ । ପାରିବାରିକ ଅଶାନ୍ତି କାରଣରୁ ପତ୍ନୀ ସୁରତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସେବେଠାରୁ ମାନସିକ ଚାପରେ ଥିଲେ ତପନ । ଅଢେଇ ବର୍ଷର ଝିଅ ସହ ଘରକୁ ଫେରିଥିଲେ ମଧ୍ୟ ତାଙ୍କ ମନ ଭଲ ଲାଗୁନଥିବା କହିଥିଲେ । ପତ୍ନୀଙ୍କ ପାଖକୁ ପଳାଇବେ ବୋଲି ଘର ଲୋକ ଓ ସମ୍ପର୍କୀୟଙ୍କୁ କହୁଥିଲେ । ଆଉ ଗତକାଲି ରାତିରେ ଅଢେଇ ବର୍ଷର ଝିଅ ତାଙ୍କ ଜେଜେଙ୍କୁ ଫୋନ୍ କରିଥିଲେ । ବାପା ଓ ସେ ମା’ଙ୍କ ପାଖକୁ ଯାଉଛନ୍ତି ବୋଲି କହିଥିଲେ । ଏହା ପରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/09/vlcsnap-2023-09-28-10h06m40s524.jpg)