କନକ ବ୍ୟୁରୋ : ବିବାହ ସରିଲା, କନ୍ୟାଘରୁ ବିଦାୟ ନେଇ ବର ଯାତ୍ରୀ ବାହାରିଲେ । ଅଧବାଟରେ ନବବଧୁ ବାନ୍ତି ଲାଗୁଛି କହି ଗାଁ ମୁଣ୍ଡରେ ଗାଡିରୁ ଓହ୍ଲାଇଥିଲା । ରାସ୍ତାକଡକୁ ବାନ୍ତି କରିବାକୁ ଯାଇ ନବବଧୂ ପୂବ ର୍ରୁ ପ୍ରସ୍ତୁତ ହୋଇଥିବା ପ୍ରେମିକ ସହ ବାଇକରେ ଚମ୍ପଟ ମାରିଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ବରପାଲି ଗାଁରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

Advertisment

ପରେ କନ୍ୟାପକ୍ଷ ଓ ବରପକ୍ଷ ନିଷ୍ପତ୍ତି ଅନୁସାରେ କନ୍ୟାର ସାନ ଭଉଣୀକୁ ବିବାହ କରି ଥିବା ବର ଘରକୁ ଫେରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବରପାଲିର ଜଣେ ଯୁବତୀଙ୍କ ବିବାହ ସିମଡେଗାରନିକଟ ଗୋହରିଦଣ୍ଡ ଗାଁର ରାଜୁ ବେହେରାଙ୍କ ସହ ଠିକ ହୋଇଥିଲା । ଧାର୍ଯ୍ୟ ସମୟରେ ବିବାହ ମଧ୍ୟ ହୋଇଥିଲା । ହେଲେ କନ୍ୟାଘରୁ ବିଦାୟ ନେବା ପରେ ନବବଧୂ ଚମ୍ପ ମାରିଥିଲା । ଏହା ଜାଣିବା ପରେ କନ୍ୟାପକ୍ଷ ଲୋକଲଜ୍ଜା ଭୟରେ ସାନ ଝିଅକୁ ବିବାହ କରିଦେଇଥିବା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି ।