କନକ ବ୍ୟୁରୋ: ବହୁ ପ୍ରତୀକ୍ଷିତ ପରିକ୍ରମାରେ ଯୋଗ ଦେବାକୁ ରାଜ୍ୟର ସମସ୍ତ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ହେଲେ, କଂଗ୍ରେସର ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀକୁ ଛାଡି ଆଉ କେହି ଏହି ଉତ୍ସବରେ ସାମିଲ ହୋଇନାହାନ୍ତି ।

ପରିକ୍ରମା ରଥ ବୁଲିବା ପରଠାରୁ ଯେଉଁଭଳି ରାଜନୀତି ତେଜିଥିଲା, ସେବେଠୁ ସାରାରାଜ୍ୟର ନଜର ଥିଲା କେଉଁ ଦଳରୁ କିଏ ଲୋକାର୍ପଣ ଉତ୍ସବରେ ସାମିଲ ହେଉଛନ୍ତିି । ତେବେ ସେହି ରହସ୍ୟ ଉପରୁ ପରଦା ହଟିଯାଇଛି । ଦଳ ପକ୍ଷରୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ କଡା ସମାଲୋଚନା କରାଯାଇଥିଷଲ ବି, କଂଗ୍ରେସର ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ଲୋକାର୍ପଣ ମହୋତ୍ସବରେ ସାମିଲ ହୋଇଛନ୍ତି । ସେହିପରି କେବଳ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ଛାଡି ବିଜେପିର ଅନ୍ୟ କୌଣସି ବିଧାୟକ, ସାଂସଦ ବା ମନ୍ତ୍ରୀ ଦଳରେ ସାମିଲ ହୋଇନାହାନ୍ତି ।

ଗୋଟିଏ ପଟେ ଅଧିରାଜ ପାଣିଗ୍ରାହୀ, ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିବାବେଳେ ଆଉ ଗୋଟିଏ ପଟେ କଂଗ୍ରେସ କର୍ମୀଙ୍କୁ ପୁରୀରେ ଅଟକ ରଖାଯାଇଥିବା ଅଭିଯୋଗ ଆଣିଛନ୍ତି ଦଳର ମିଡିଆ ସେଲ ଅଧ୍ୟକ୍ଷ । ତେବେ ବିଜେପି ପକ୍ଷରୁ କେହି ଯୋଗ କରିନଥିଲେ ବି ମୁହଁ ଖୋଲି ନାହାନ୍ତି । ଅନ୍ୟପଟେ ବଜେଡି ନେତା କହିଛନ୍ତି, ଜଗନ୍ନାଥ ସମସ୍ତଙ୍କର ସମସ୍ତେ ସାମିଲ ହେବାର ଥିଲା । ଆଗକୁ ନିର୍ବାଚନ ଆସୁଥିବାରୁ ଏହା ଏକ ବଡ ରାଜନୈତିକ ପ୍ରସଙ୍ଗ ହୋଇପାରେ ବୋଲି କୁହାଯାଉଛି ।